Below header

ନାସା ଦେଉଛି ଚାକିରି, ରହିବା ଖାଇବା ମାଗଣା ସହ ଲକ୍ଷେ ରୁ ଅଧିକ ମିଳିବ ଦରମା

କୋଭିଡର ଏହି ଖରାପ ସ୍ଥିତିରେ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ତେବେ ଏହି ସମୟରେ ଏକ ବଢ଼ିଆ ସୁଯୋଗ ଆସିଛି। ଏକ ଖାସ୍‌ ପ୍ରକାରର ଜବ୍‌ ନେଇ ଆସିଛି ନାସା। ଏହି ଜବରେ ଆପଣଙ୍କୁ ଲକ୍ଷାଧିକ ଟଙ୍କା ଦରମା ମିଳିବ। ଖାଲି ଏତିକି ନୁହେଁ ଏହା ସହ ଆପଣଙ୍କର ରହିବା ଖାଇବା ସବୁକିଛି ମାଗଣା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଚାକିରି ଆପଣଙ୍କୁ ମଙ୍ଗଳ ଗ୍ରହରେ ରହି କରିବାକୁ ପଡିବ।

ନାସାର ଏହି ପ୍ରୋଜେକ୍ଟର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥିରେ ଚାରି ଜଣ ଲୋକଙ୍କୁ ସିଲେକ୍ସନ କରାଯିବ। ଏଥିରେ ମନୋନିତ ହୋଇଥିବା ଲୋକ ଗୋଟେ ବର୍ଷ ପର୍ଯ୍ୟନ୍ତ ମଙ୍ଗଳରେ ଚାକିରି କରିବାକୁ ହେବ। ଯଦିଓ ଏହି ଜବ୍‌ ଆପଣଙ୍କୁ ପୃଥିବୀରେ ହିଁ କରିବାକୁ ହେବ। ପୃଥିବୀରେ ହିଁ ଆପଣଙ୍କୁ ମଙ୍ଗଳ ଗ୍ରହର ଅନୁଭବ ହେବ। ଏଜେନ୍ସୀ ଜଣାଇଛି ଯେ ଏଥିପାଇଁ ଆପଣଙ୍କୁ ବର୍ଷ ଯାକ ଗୋଟିଏ କୋଠରୀରେ ରହିବାକୁ ପଡିବ। ଯେଉଁଠି ତାପମାତ୍ରା ମଙ୍ଗଳ ଗ୍ରହ ଭଳି ହୋଇଥିବ ଏବଂ ସେଠାରେ ଆପଣଙ୍କୁ ଗ୍ରାଭିଟୀ ମଧ୍ୟ ମଙ୍ଗଳ ଗ୍ରହ ଭଳି ମିଳିବ।

ଏହି ଜବ୍‌ ପାଇଁ ପ୍ରଥମେ ଚାରି ଜଣ ଲୋକଙ୍କୁ ସିଲେକ୍ଟ କରାଯିବ। ଏମାନଙ୍କୁ ପୂରାପୁରି ଭାବେ ଟ୍ରେନିଙ୍ଗ୍‌ ଦିଆଯିବ। ଏହାପରେ ସେମାନଙ୍କୁ ସ୍ପେସଓ୍ଵାକ୍‌ କରିବାକୁ ହେବ। ଏହାସହିତ ମଙ୍ଗଳ ଗ୍ରହ ଭଳି ରେଷ୍ଟ୍ରିକଟେଡ୍‌ ଖାଦ୍ୟ ମଧ୍ୟ ତାଙ୍କୁ ଦିଆଯିବ। ଏହି ସମୟରେ ଏମାନଙ୍କୁ କାହା ସହିତ ଭେଟ କରିବାକୁ ଦିଆଯିବନାହିଁ।

ଏହି ଚାକିରି ପାଇଁ ଆପଣଙ୍କୁ ମଙ୍ଗଳ ଗ୍ରହ ଯିବାର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ଆମେରିକାରର ହଷ୍ଟନ ଯିବାକୁ ହେବ। ଏଠାରେ ୧୭୦୦ ସ୍କୋୟାର ଫୁଟର ଏକ ଏମିତି ପରିବେଶ ସୃଷ୍ଟି କରାଯିବ, ଯାହା ଅବିକଳ ମଙ୍ଗଳ ଗ୍ରହ ଭଳି ହୋଇଥିବ। ନାସା ଏପରି ତିନୋଟି ଏକ୍ସପେରିମେଣ୍ଟ କରିବା ପାଇଁ ନିଷ୍ପତି ନେଇଛି ଯେଉଁଥିରେ ପ୍ରଥମଟି ଆସନ୍ତା ବର୍ଷ ଆରମ୍ଭ କରାଯିବ। ଆଉ ଏହି ଜବ୍‌ ପାଇଁ ଆପଣଙ୍କୁ ଆମେରିକାର ନାଗରିକ ହୋଇଥିବା ଜରୁରୀ। କେବଳ ପରମାନେଣ୍ଟ ଆମେରିକୀଙ୍କୁ ହିଁ ଏହି ଚାକିରି ପାଇଁ ମନୋନିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.