Below header

କମାଣ୍ଡାଣ୍ଟ ଝିଅକୁ ଇନସ୍‌ପେକ୍ଟର ବାପାଙ୍କ ସାଲ୍ୟୁଟ, ଆଇଟିବିପି ପାସିଂ ଆଉଟ ପରେଡରେ ଭାବବିହ୍ଵଳ ଦୃଶ୍ୟ

କେନ୍ୟୁଜ୍(ବ୍ୟୁରୋ):  ଝିଅକୁ ବାପାଙ୍କ ସାଲ୍ୟୁଟ। କମାଣ୍ଡାଣ୍ଟ ଝିଅଙ୍କୁ ଡ୍ୟୁଟି ବେଳେ ସାଲ୍ୟୁଟ ମାରିଲେ ଇନସ୍‌ପେକ୍ଟର ବାପା। ଉତ୍ତରାଖଣ୍ଡର ମସୁରୀରେ ଭାବବିହ୍ଵଳ ଦୃଶ୍ୟ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ପାସିଂ ଆଉଟ ପରେଡରେ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଝିଅର ସଫଳତା ବାପାଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ । ଆଇଟିବିପିରେ ଇନ୍‌ସପେକ୍ଟର ଥିବା କମଳେଶ କୁମାରଙ୍କ ବିଭାଗରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ତାଙ୍କ ଝିଅ ଦୀକ୍ଷା ନିଯୁକ୍ତ ହେବା ପରେ ଏହା ପ୍ରମାଣିତ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ସହ ଏହି ମୁହୁର୍ତ୍ତ ଜଣେ ବାପା ପାଇଁ ସବୁଠାରୁ ଗର୍ବ କରିବାର ସମୟ ବୋଲି କୁହାଯାଇଛି। ମସୁରୀ ଆଇଟିବିପି ଟ୍ରେନିଂ ଏକାଡେମୀରୁ ୫୩ଜଣ କମାଣ୍ଡାଣ୍ଟ ପାସ ହୋଇ ବାହାରିବା ପରେ ଦୁଇଜଣ ମହିଳାଙ୍କୁ ପ୍ରଥମ ଥର ପାଇଁ ନିଯୁକ୍ତି ମିଳିଛି।

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦୀକ୍ଷା ନିଜ ସଫଳତାର ଶ୍ରେୟ ବାପା କମଳେଶ କୁମାରଙ୍କୁ ଦେଇଛନ୍ତି। ଆଇଟିବିପିରେ ଯୋଗ ଦେବାକୁ ତାଙ୍କ ବାପା ସବୁବେଳେ ପ୍ରୋତ୍ସାହନ ଦେଇଆସିଥିବା ସେ କହିଛନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ବାପା ସବୁ ସହଯୋଗ କରିଥିବା କହିଛନ୍ତି ଦୀକ୍ଷା। ଆଇଟିବିପି ମହିଳାଙ୍କ ପାଇଁ ଶ୍ରେଷ୍ଠ ବିଭାଗ। ଯେଉଁମାନେ ଜୀବନରେ ଚ୍ୟାଲେଞ୍ଜ ପସନ୍ଦ କରନ୍ତି ସେମାନଙ୍କୁ ଏଥିରେ ଯୋଗଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଝିଅ ବି କେଉଁ କ୍ଷେତ୍ରରେ କମ୍‌ ନୁହନ୍ତି ବୋଲି ଦୀକ୍ଷା ମତ ରଖିଛନ୍ତି।

ମହିଳା ସମାଜର ପ୍ରତିକ୍ଷେତ୍ରରେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ଆଗେଇଛନ୍ତି। ଦୁର୍ଗମ ଅଞ୍ଚଳରେ ମୁତୟନ ହେଉଥିବା ଆଇଟିବିପିରେ ପ୍ରଥମ ଥର ପାଇଁ ଦୁଇ ମହିଳାଙ୍କୁ ମିଳିଛି ନିଯୁକ୍ତି। ଦୀକ୍ଷାଙ୍କ ସହ ପ୍ରକୃତି ରାୟଙ୍କୁ ବି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.