ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ନିଧନ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ନିଜର ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ହେବାରୁ ତାଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୩ଟା ୨ରେ ତାଙ୍କ ନିଧନ ହୋଇଛି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ନିଧନ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ନିଜର ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ହେବାରୁ ତାଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୩ଟା ୨ରେ ତାଙ୍କ ନିଧନ ହୋଇଛି । ତାଙ୍କ ମରଶରୀରକୁ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ରୂପାରେଲ କଲେଜ, ମାଟୁଙ୍ଗା ପଶ୍ଚିମରେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଦ୍ବିପ୍ରହର ୨ଟାରେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ । ରାଜକୀୟ ସମ୍ମାନ ସହ ଦାଦର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ସୂଚନା ମୁତାବକ, ଗତ ୨୧ ତାରିଖ ଦିନ ହଠାତ୍ ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ହୃଦଘାତ ଆସିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ଏହି ଖବର ପାଇ ଶିବସେନା ନେତା ଉଦ୍ଧବ ଠାକରେ ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଯୋଶୀଙ୍କ ରାଜନୈତିକ ଜୀବନ ଖୁବ୍ ଲମ୍ବା ରହିଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(RSS) କାର୍ଯ୍ୟକର୍ତ୍ତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ଶିବସେନାରେ ଯୋଗ ଦେଇଥିଲେ । ୧୯୯୫ ମସିହାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଯୋଶୀ । ଏହାପୂର୍ବରୁ ସେ ମୁମ୍ବାଇ ନଗର ନିଗମର ନଗରସେବକ, ବିଧାନ ପରିଷଦ ସଦସ୍ୟ, ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ହେଲେ ବିଗତ କିଛି ଦିନ ହେଲା ସେ ରାଜନୀତିରେ ସକ୍ରିୟ ନଥିଲେ ।

Leave A Reply

Your email address will not be published.