ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ, ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ଏହି ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏବେ ପାଞ୍ଚ ଟିକିଆ ଟେଷ୍ଟରେ ଭାରତ ୨-୧ରେ ସିରିଜ ଆଗୁଆ ରହିଛ । ରାଞ୍ଚି ଟେଷ୍ଟ ଜିତିଲେ ଆଗକୁ ସିରିଜ କବଜା କରିବ ।

ସେପଟେ ଇଂଲଣ୍ଡକୁ ଶୃଙ୍ଖଳାରେ ରହିବାକୁ ହେଲେ ଏହି ଟେଷ୍ଟ ଜିତିବା ନହେଲେ ଅମୀମାଂସିତ ରଖିବା ଜରୁରୀ । ଚତୁର୍ଥ ଟେଷ୍ଟରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ବଡ଼ ଆହ୍ବାନ ହେବ । ପୂର୍ବ ସିରିଜ ବିଜୟରେ ରହିଥିଲା ବୁମରାଙ୍କ ବଡ଼ ଅବଦାନ । ତେଣୁ ରାଞ୍ଚିରେ ତାଙ୍କ ଅନୁପସ୍ଥିତି ଅନୁଭବ ହେବ । ତାଙ୍କ ସ୍ଥାନରେ ମୁକେଶ କୁମାର ଓ ଆକାଶ ଦୀପଙ୍କ ମଧ୍ୟରୁ କେହି ଜଣେ ଖେଳିପାରନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଇନଫର୍ମ ଯଶସ୍ବୀ ଜୟସ୍ବାଲ, ସର୍ ଫରାଜ ଖାନ୍ , ଶୁବମନ ଗିଲଙ୍କ ବ୍ୟାଟରୁ ବଡ଼ ସ୍କୋର ଆଶା କରାଯାଉଛି । ଇଂଲଣ୍ଡ ଲଗାତାର ପରାଜିତ ହେବା ପରେ ଚତୁର୍ଥ ଟେଷ୍ଟରେ ସ୍ବତନ୍ତ୍ର ରଣନୀତି କରିଛି । ଦଳରେ ଦୁଇଟି ପରିବର୍ତ୍ତନ କରିଛି ଇଂଲିଶ ବାହିନୀ । ଦ୍ରୁତ ବୋଲର ଓଲି ରବିନ୍ ସନ୍ ଓ ସ୍ପିନର ସୋଏବ ବଶିରଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି।

Leave A Reply

Your email address will not be published.