Below header

ଆମେରିକାର ଟେକ୍ସାସ ସହରରେ ଭୟଙ୍କର ଥଣ୍ଡା ପ୍ରକୋପ : ଘର ଭିତରେ ଫ୍ଯାନ, ପାଣି ସବୁକିଛି ପାଲଟିଲା ବରଫ

ବରଫ ଦେଖିବାକୁ ଆମ ସମସ୍ତଙ୍କୁ ପସନ୍ଦ ରହିଥାଏ। ଏଥିପାଇଁ ଲୋକ ଥଣ୍ଡା ଏବଂ ବରଫ ଜାଗାକୁ ବୁଲିବାକୁ ଯାଇଥାନ୍ତି। କିନ୍ତୁ କେବେ ଘର ଭିତରେ ବରଫ ଜମିଥିବା ଦେଖିଛନ୍ତି କି ? ହୁଏତ ନାହିଁ। ଏମିତି ସ୍ଥିତି ଏବେ ଆମେରିକାରେ ଦେଖାଦେଇଛି। ସେଠାର ଲୋକେ କେବେ ଭାବି ନଥିବେ କି କେବେ ଏତେ ଅଧିକ ଥଣ୍ଡା ହୋଇପାରେ । ଚାରିଆଡ଼େ ଖାଲି ବରଫ ହିଁ ବରଫ ଦେଖିବାକୁ ମିଳିଛି।

ବରଫର ଜମାଟ ବାନ୍ଧିବା ସେଠାରେ ରହୁଥିବା ଲୋକଙ୍କ ପାଇଁ ସମସ୍ୟା ଆଣି ଦେଇଛି । ଟେକ୍ସାସ୍ ସହରର ଅବସ୍ଥା ବହୁତ ଖରାପ ହୋଇଯାଇଛି । ଏଠାରେ ହାଡ଼ ଭଙ୍ଗା ଥଣ୍ଡା ପଡ଼ୁଛି ଏବଂ କେବଳ ୨.୭ ମିଲିୟନ ଘରେ ବିଜୁଳି କଟି ଯାଇଛି । ଟେକ୍ସାସରେ ପଡୁଥିବା ଏହି ଥଣ୍ଡା କାରଣରୁ ଝଡ଼ ତୋଫାନ ଆସିବାର ଅନୁମାନ କରାଯାଉଛି ।

texas

ଥଣ୍ଡା ଓ ବରଫ କାରଣରୁ ବିଦ୍ୟୁତ୍ ତାର ଖରାପ ହୋଇଯାଇଛି । ସେଠାର ଅଧିକାରୀଙ୍କ ମୁତାବିକ ରାଜ୍ୟ ନିଜର ଗ୍ୟାସ୍ ତିଆରି କରିବାର କ୍ଷମତା ୪୦ ପ୍ରତିଶତ ଭାଗ ହରାଇ ବସିଛି। ଯେଉଁଥିରେ ପ୍ରାକୃତିକ ଗ୍ୟାସ୍ କୂପ ଓ ପାଇପ୍ ଲାଇନ୍ ଗୁଡ଼ିକ ସହ ପବନର ଟର୍ବାଇନରେ ମଧ୍ୟ ବରଫ ଜମାଟ ଯୋଗୁଁ ବନ୍ଦ ହୋଇଯାଇଛି । ଏହି ସମୟରେ ସୋସିଆଲ ମିଡିଆରେ ଟେକ୍ସାସରେ ରହୁଥିବା ଲୋକେ କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫଟୋରେ ପିଇବା ପାଣି, ପଙ୍ଖା ଓ ନଳର ପାଣିରେ ବରଫ ଜମାଟ ବାନ୍ଧିଛି । ବିଦ୍ୟୁତ୍ ନଥିବା କାରଣରୁ ଲୋକେ ଅନ୍ଧକାରରେ ରହିବାକୁ ବାଧ୍ୟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.