Below header

ବାଲେଶ୍ବର: ଦିଲ୍ଲୀ ପୋଲିସ କବଜାରେ ଓଡିଶାର ସାଇବର ଠକ

ଜଳେଶ୍ବର(କେନ୍ୟୁଜ୍):  ପୋଲିସ କବଜାରେ ସାଇବର ଠକ। ବାଲେଶ୍ବରର ଜଲେଶ୍ବରରୁ ସାଇବର ଠକକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ତା ଠାରୁ ଶତାଧିକ ଆଧାର କାର୍ଡ ଏବଂ ସିମ କାର୍ଡ ସମେତ ଲାପଟପ ଜବତ କରାଯାଇଛି। ସାଇବର ଠକର ନାମ ସନ୍ମୟ ପରିଡା ଓ ତା ଘର ବସ୍ତା ଥାନା ଅନ୍ତର୍ଗତ ବାରମାଡିଆ ଗ୍ରାମରେ  ବୋଲି ସୂଚନା ମିଲିଛି।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାରମାଡିଆ ଗ୍ରାମର ସନ୍ମୟ ପରିଡା ଦିଲ୍ଲୀ ସ୍ଥିତ ନରେଜୀ ଡଟ୍ ଇନ ନାମକ ଏକ ଅନଲାଇନ ସଂସ୍ଥାରୁ ୪୪ ହଜାର ଟଙ୍କା ମୂଲ୍ୟର ଇନଭଟର ଏବଂ ବ୍ୟାଟେରୀ ଇତ୍ୟାଦି ଅନଲାଇନରେ କ୍ରୟ କରି ଥିଲେ। ମାତ୍ର ଅନଲାଇନ ଜରିଆରେ ପେମେଣ୍ଟ କରିଥିବା ଦର୍ଶାଇ ଫେକ୍ ସ୍କ୍ରିନସଟ ପଠାଇ କମ୍ପାନୀକୁ ପେମେଣ୍ଟ କରିଥିବା ନେଇ ଜଣାଇ ଥିଲେ। ମାତ୍ର ପେମେଣ୍ଟ ହୋଇ ନଥିବା ଜାଣିପାରି କମ୍ପାନୀର ମାଲିକ ଅରୁଣ ଶର୍ମା ସନ୍ମୟଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସନ୍ମୟ ଧରା ଛୁଆଁ ଦେଇ ନଥିଲେ । ଶେଷରେ ବାଧ୍ୟ ହୋଇ ଦିଲ୍ଲୀ ପୋଲିସ ସାଇବର ଥାନାରେ ଅଭିଯୋଗ କରିଥିଲେ ଅରୁଣ। ଅଭିଯୋଗ ପରେ ଦିଲ୍ଲୀ ପୋଲିସ ବସ୍ତା ପୋଲିସ ସହାୟତାରେ ବାରମାଡିଆ ଗ୍ରାମରେ ପହଞ୍ଜି ଅଭିଯୁକ୍ତ ସନ୍ମୟକୁ ଗିରଫ କରିଛି। ସନ୍ମୟଙ୍କ ନାମରେ ପୂର୍ବରୁ ବ୍ୟାଙ୍କ ଠକେଇ ଅଭିଯୋଗରେ ବସ୍ତା ଥାନାରେ ଏକ ମାମଲା ରହିଥିବା ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.