ସେହନାଜ ଗିଲଙ୍କୁ ଫଲୋ କଲେ ଶିଳ୍ପା ସେଟ୍ଟୀ, ସୁଟିଂ ସେଟରେ କହିଲେ ଏମିତି କିଛି………

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବାର ଦେଖାଯାଏ । ନିଜର ତଥା ପରିବାରର ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ଶିଳ୍ପ । ଆଉ ଏଭିତରେ ଶିଳ୍ପାଙ୍କ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେହନାଜ ଗିଲଙ୍କ ଏକ ପ୍ରସିଦ୍ଧ ଭିଡିଓକୁ ନକଲ କରୁଥିବା ନଜର ଆସୁଛନ୍ତି ଶିଳ୍ପା । ପ୍ରକୃତରେ ବିଆରଏଲ ଭୟାନି ନିଜ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲରେ ହିଁ ଶିଳ୍ପାଙ୍କ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଯେଉଁଥିରେ ଶିଳ୍ପା ଲୋକପ୍ରିୟ କୋରିଓଗ୍ରାଫର ଗୀତା କାପୁରଙ୍କ ସହ ନଜର ଆସୁଛନ୍ତି । ଏହି କ୍ଲିପଟି ସୁପର ଡ୍ୟାନ୍ସର 4ର ସେଟ ପାଖାପାଖି ଲୋକେଶନରେ ନିଆଯାଇ ଥିବା ଜଣାଯାଇଛି । ଏକ ସୁଟିଙ୍ଗ ସେଟରୁ ଶିଳ୍ପା ଆଉ ତାଙ୍କ ସାଥି ଗୀତା କପୁର ଏକା ସାଥିରେ ବାହାରିବା ସମୟରେ ହଟାତ ରାସ୍ତାକୁ ଗୋଟେ କୁକୁର ଆସିଯାଉଛି ।

silpa setty
pic credit: amar ujala

କୁକୁର ଟିକୁ ଦେଖି ଶିଳ୍ପାଙ୍କ ପାଟିରୁ ବାହାରି ଯାଉଛି – “ତେରା କୁତ୍ତା କୁତ୍ତା, ମେରା କୁତ୍ତା ଟମି” ….ଆଉ ଏହି ସମୟରେ ଗୀତା କହୁଛନ୍ତି – “ମେରା କୁତ୍ତା ତୋ ଟମି ହେ” । ଫ୍ୟାନ୍ସ ମାନଙ୍କୁ ବି ଶିଳ୍ପାଙ୍କ ଏହି ଅନ୍ଦାଜ ଖୁବ ପସନ୍ଦ ଆସିଛି । କହିରଖିବା ଉଚିତ ହେବକି, ବିଗବସ ସେଟରେ ସେହନାଜ ଏହି ଡାଇଲଗ କହିବା ପରେ ଯଶରାଜ ମୁଖାଟେ ଏହା ଉପରେ ଏକ ଜବରଦସ୍ତ ମିମ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଶେହନାଜ କାନ୍ଦି କାନ୍ଦି କହୁଛନ୍ତି – ମେରୀ କୋଈ ଫିଲିଙ୍ଗସ ନାହିଁ ? ଆଉ ସେହନାଜଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ବି ହୋଇଥିଲା ।

କ୍ୟାରିୟର ଦୃଷ୍ଟିରୁ ଦେଖିଲେ, ଏବେ ନିଜର ଏକ ପ୍ରୋଜେକ୍ଟ କାମରେ ବ୍ୟସ୍ତ ଅଛନ୍ତି ବିଗତ ଦିନରେ ଅନେକଙ୍କ ହୃଦୟ ଜିଣିଥିବା ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ । ଆଉ ଖୁବ କମ ଦିନ ଭିତରେ ହଂଗାମା -2 ଜରିଆରେ ଦର୍ଶକଙ୍କ ନିକଟକୁ ଫେରିବାକୁ ଯାଉଛନ୍ତି । ଏଥିରେ ଶିଳ୍ପାଙ୍କ ସହ ମିଜାନ ଜାଫ୍ରିଙ୍କ ସମେତ ପରେଶ ରାୱଲ ବି ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.