Below header

ଏ ପର୍ଯ୍ଯନ୍ତ ମୌଳିକ ସରକାରୀ ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀ

ମୋହନା (କେନ୍ୟୁଜ) : ଗାଁକୁ ସହର ସହ ଯୋଡି ଗ୍ରାମର ଜନସାଧାରଣଙ୍କୁ ଆଧୁନିକ ସଭ୍ଯତା ଆଡକୁ ଆକୃଷ୍ଟ କରିବା ସହ ସରକାରୀ ଯୋଜନା କିଭଳି ପ୍ରତ୍ୟେକ ଲୋକେ ପାଇପାରିବେ ବିଶେଷ କରି ଆଦିମ ଜନଜାତି ତଥା ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ପ୍ରଶାସନିକ ଆନ୍ତରିକତାର ଅଭାବରୁ ଉପାନ୍ତ ତଥା ଆଦିବାସୀ ଇଲାକାରେ ଏ ପର୍ଯ୍ଯନ୍ତ ମୌଳିକ ସରକାରୀ ସୁବିଧା ମିଳିପାରୁନାହିଁ।

ଗଜପତି ଜ଼ିଲ୍ଲା ମୋହନା ବ୍ଲକ ସଦରମହକୁମା ମୋହନା ସହର ଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅବସ୍ଥିତ ଲିଲିଗଡ଼ ପଞ୍ଚାୟତର କୁଇହୁରୁ ଏବଂ କୁଟୁଣୀକୁଆ ଗ୍ରାମରେ। ଆଦିମ ଜନଜାତି କୁଇକନ୍ଧ ସମ୍ପ୍ରଦାୟର 40 ପରିବାର ବସବାସ କରନ୍ତି। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା ସହ ଚାଷ ଏବଂ ଗୃହପାଳିତ ପଶୁ ପକ୍ଷୀ ଯଥା :- ଗାଈ, ଗୋରୁ, ଛେଳି, କୁକୁଡ଼ା ଇତ୍ୟାଦି ପାଳନ କରି ନିଜ ନିଜ ର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ନିରୀହ ଆଦିବାସୀ ମାନେ। କିନ୍ତୁ ପରିତାପର ବିଷୟ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏଠାକାର ଜନସାଧାରଣ ମୌଳିକ ସରକାରୀ ସୁବିଧା ପାଇବାରୁ ବଞ୍ଚିତ। ଗ୍ରାମକୁ ଏପର୍ଯ୍ଯନ୍ତ ପକ୍କା ରାସ୍ତାଟିଏ ନଥିବା ବେଳେ ଇନ୍ଦିରା ଆବାସ, ବାର୍ଦ୍ଧକ୍ଯ ଏବଂ ବିଧବା ଭତ୍ତା ଭଳି ସରକାରୀ ଯୋଜନା ପାଇପାରୁନାହାନ୍ତି ଏଠାକାର ଜନସାଧାରଣl ଗ୍ରାମକୁ ଯିବାକୁ ହେଲେ ଏକ ଖରସ୍ରୋତା ବଡ଼ନାଳ ଅତିକ୍ରମ କରିବାକୁ ପଡେ ବର୍ଷା ଦିନେ ବନ୍ଯାଜଳ ଆସିଲେ ଏକ ପ୍ରକାର ଜଳବନ୍ଦୀ ଜୀବନଜାପନ କରନ୍ତି ଏହି ଆଦିବାସୀ ମାନେ। ରାସ୍ତା ନଥିବାରୁ ଲୋକେ ସ୍‌ୱାସ୍ଥ୍ୟ ସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତିl ନାଳ ଉପରେ ପୋଲଟିଏ ର୍ନିମାଣ କରିବା ସହ ଗ୍ରାମକୁ ପକ୍କା ରାସ୍ତାଟିଏ ସଂଯୋଗ କରିବା ପାଇଁ ଲୋକେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଠାରେ ବାରମ୍ବାର ଗୁହାରି କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳିନି ବରଂ ମିଳିଛି ଖାଲି ପ୍ରତିଶୃତି l

ଗ୍ରାମରେ ଗୋଟିଏ ନଳକୂଅ ଅଛି କିନ୍ତୁ ତାହା ଅଚଳ। ବାଧ୍ୟ ହୋଇ ଲୋକେ କୂଅ ଏବଂ ନାଳରେ ଚୁଆଁ ଖୋଳି ପାନୀୟ ଜଳ ସଂଗ୍ରହ କରନ୍ତି l ଆମ୍ବୁଲାନ୍ସ ଗ୍ରାମକୁ ଆସିନପାରିବା ଯୋଗୁଁ ବେଳେ ବେଳେ ନବଜାତକ ଏବଂ ପ୍ରସୂତି ମାନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି l ସରକାରୀ ଦୃଷ୍ଟି ଆଢୁଆଳରେ ରହିଥିବାରୁ ଲୋକେ ବିଭିନ୍ନ ସମୟରେ ଶୋଷଣର ଶିକାର ମଧ୍ୟ ହୁଅନ୍ତି। ଆଜି ପର୍ଯ୍ଯନ୍ତ ଗ୍ରାମରେ ଅଙ୍ଗନୱାଡି କି ସ୍କୁଲ ନାହିଁ ଫଳରେ ଶିକ୍ଷା କ୍ଷେତ୍ରରେ ପଛୁଆ ଏମାନେ। ଏ ସମସ୍ତ ସମସ୍ଯାର ମୂଳରେ ରହିଛି ଗ୍ରାମକୁ ରାସ୍ତା ଏବଂ ପୋଲ ର୍ନିମାଣ ନହୋଇପାରିବା। ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ନ ଶୁଣନ୍ତି ତେବେ ଆଗାମୀ ପଞ୍ଚାୟତ ର୍ନିବାଚନ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l ଏନେଇ ଆମେ ମୋହନା ବିଡ଼ିଓ ଙ୍କ ସହ ଯୋଗାଯୋଗ କରିଥିଲୁ, ନିଜ ଅଧିକାରୀ ମାନଙ୍କୁ ଗ୍ରାମକୁ ପଠାଇବା ସହ ସେ ନିଜେ ଯାଇ ସମସ୍ଯାର ଅନୁଧ୍ୟାନ କରିବା ସହ ଏହାର ସମାଧାନ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.