LPG ବଦଳରେ ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଉପରେ ମିଳିବ ସବସିଡି !

ପେଟ୍ରୋଲ-ଡିଜେଲ ଉପରେ ନିର୍ଭର ନକରି ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଇଲେକ୍ଟ୍ରୋନିକ ଗାଡି ଅଧିକରୁ ଅଧିକ ବ୍ୟବହାର କରିବା ଉପରେ ଜୋର ଦେଇ ଆସୁଛନ୍ତି । ଏନେଇ ବିଭିନ୍ନ ସରକାରୀ ବିଭାଗ ଗୁଡିକରେ ମଧ୍ୟ ଇ-ଭେହିକଲ ବ୍ୟବହାର କରିବା ଉପରେ ଜୋର ଦେଇ ଆସୁଛନ୍ତି । ଅଧିକାରୀ ମାନେ ଇ-ଭେହିକ୍ଳରେ ଯିବା ଆସିବା କଲେ ଏହା ସାଧାରଣ ଜନତାଙ୍କ ଉପରେ ନିଶ୍ଚିନ୍ତ ପ୍ରଭାବ ପକାଇବ । ଏହା ସହ ନିତିନ ବାରମ୍ବାର ସରକାରଙ୍କୁ ଏଲ୍ପିଜି ଗ୍ୟାସ ବଦଳରେ ଇଂଡକ୍ସନ କୁକିଙ୍ଗ ଚୁଲା ଉପରେ ସବ୍ସିଡି ଦେବାକୁ ପରାମର୍ଶ ଦେଇ ଆସୁଛନ୍ତି । ଗ୍ୟାସ ଚୁଲା ବଦଳରେ ଇଲେକ୍ଟ୍ରୋନିକ ସରଞ୍ଜାମ ଉପରେ ରିହାତି ଦେଲେ ଲୋକଙ୍କ ଅଭ୍ୟାସ ବଦଳିବ ।

electronics
pic credit: The New Express

ଆଉ ସେମାନେ ଇଲେକ୍ଟ୍ରୋନିକ ଚୁଲା ବ୍ୟବହାର କରିବେ । ସରକାରୀ ଅଧିକାରୀ ମାନେ ବି ଇଭେହିକ୍ଲ ବ୍ୟବହାର କରିବା ଉପରେ ନିତିନ ଚାପ ଦେଇ ଆସୁଛନ୍ତି । Go Electric କ୍ୟାମ୍ପେର୍ନର ଏକ କାର୍ଯ୍ୟକ୍ରମରେ ହିଁ ନିତିନ ଏବାବଦରେ କହିଥିବା ଜଣାଯାଇଛି । ଏହା ଦ୍ୱାରା ଗ୍ୟାସ ଆମଦାନୀ କମ ହେବା ସହ ପ୍ରଦୂଷଣ ମାତ୍ର ବି କମିବ । ଦେଶରେ ଲଗାତାର ଭାବେ ବଢି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସାଧାରଣ ଜନତା ଏକ ପ୍ରକାର ଆସ୍ତଵ୍ୟସ୍ତ ହୋଇ ଗଲେଣି । ସରକାରଙ୍କ ଉପରେ ବି ଏହି ଚାପ ବଢି ବଢି ଚାଲିଛି । ତେଣୁ କରି ହିଁ ଏପରି ଏକ ପରାମର୍ଶ ଦେଇଛନ୍ତି ଗଡ଼କରୀ ।

କେନ୍ଦ୍ର ଉର୍ଜା ମନ୍ତ୍ରୀ ଆରକେ ସିଂହଙ୍କୁ ବି ଅପିଲ କରିଛନ୍ତିକି ସେ ପ୍ରଥମେ ନିଜ ବିଭାଗରେ ଇଲେକ୍ଟ୍ରୋନିକ ଯାନ ଚଳାଚଳ ଆରମ୍ଭ କରନ୍ତୁ । ଏକ ଆକଳନ ଅନୁସରେ ନିତିନ ଏହା ମଧ୍ୟ କହିଛନ୍ତିକି, ଦିଲ୍ଲୀରେ ଯଦି ୧୦ ହଜାର ଇଲେକ୍ଟ୍ରୋନିକ ଗାଡି ବ୍ୟବହାର ଆରମ୍ଭ କରାଯାଏ ତେବେ ମାସକୁ ୩୦ କୋଟି ଟଙ୍କା ରକ୍ଷା କରାଯାଇ ପାରିବ । କହିରଖିବା ଉଚିତ ହେବକି, ରାଜସ୍ଥାନର ଶ୍ରୀ ଗଙ୍ଗନଗର ଠାରେ ପେଟ୍ରୋଲ ଲିଟର ପିଛା ୧୦୧  ଟଙ୍କା ପାର ହୋଇଗଲାଣି । ଡିଜେଲ ମୂଲ୍ୟ ବି ଆକାଶ ଛୁଅଁ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.