ଏହି ତାରିଖରେ ପରଦାକୁ ଆସିବ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’

ଘୋଷଣା ହେଲା ‘ଶେରଶାହ’ର ରିଲିଜ୍‌ ତାରିଖ। ଏକାଧିକ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହେବା ପରେ ଏବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’ର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମ ଚଳିତବର୍ଷ ଜୁଲାଇ ମାସରେ ଫିଲ୍ମ ହଲରେ ରିଲିଜ୍‌ ହେବ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ବିଷ୍ଣୁ ବର୍ଦ୍ଧନ। ଫିଲ୍ମର କାହାଣୀ ଲେଖିଛନ୍ତି ସନ୍ଦୀପ ଶ୍ରୀବାସ୍ତବ। ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଟ୍ଵିଟ୍‌ କରି ଫିଲ୍ମର ତାରିଖ ବିଷୟରେ ସୂଚନା ଦେଇଛନ୍ତି।

ତରଣ ଆଦର୍ଶ ଲେଖିଛନ୍ତି, ‘‘କାରଗିଲ ହିରୋ ବିକ୍ରମ ବତ୍ରାଙ୍କ କାହାଣୀ…ଶେରଶାହ…୨ ଜୁଲାଇ ୨୦୨୧ରେ ରିଲିଜ୍‌ ହେଉଛି। ଷ୍ଟାରରେ ଅଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ। ନିର୍ଦ୍ଦେଶନା ଦେଇଛନ୍ତି ବିଷ୍ଣୁ ବର୍ଦ୍ଧନ’’।


ଫିଲ୍ମର କାହାଣୀ ୧୯୯୯ କାରଗିଲ ଯୁଦ୍ଧରେ ଯୋଗ ଦେଇଥିବା କ୍ୟାପ୍‌ଟେନ୍‌ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ। କାରଗିଲ ଯୁଦ୍ଧରେ ବିକ୍ରମ ବତ୍ରା ଶତ୍ରୁଙ୍କ ସହ ଳଢ଼ି ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ତାଙ୍କ ବାହାଦୂରୀ ଯୋଗୁ ତାଙ୍କୁ ‘ଶେରଶାହ’ କୁହାଯାଏ। କାରଗିଲ ଯୁଦ୍ଧରେ ଏହି ନାୟକ ସହିଦ ହେବା ପରେ ତାଙ୍କୁ ଭାରତର ସର୍ବୋଚ୍ଚ ବୀରତା ପୁରସ୍କାର ‘ପରମବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା। ଏତେ ବତ୍ରାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମିତ ହେଉଛି ଯାହା ଜୁଲାଇ ୨ରେ ପରଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.