‘ପାର୍ଟି ହୋ ରହି ହେ’କୁ ନେଇ ଅମୁଲ ବି ବନାଇଲା ମିମ୍ସ, ପୂର୍ବରୁ ଟ୍ରେଣ୍ଡ୍‌ରେ ଅଛନ୍ତି ଜୋମାଟୋ ଓ ସ୍ୱିଗି

ବର୍ତ୍ତମାନ ସୋସିଆଲ ମିଡିଆରେ ‘ପାର୍ଟି ହୋ ରହି ହେ’ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ପାକିସ୍ତାନୀ ଯୁବତୀ ‘ପାର୍ଟି ହୋ ରହି ହେ’ କହୁଥିବା ଦେଖାଯାଇଛି। ତାଙ୍କ କହିବା ଶୈଳୀ ଏତେ ମଜାଳିଆ ଲାଗୁଛି ଯେ ଉକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି। ତେବେ ‘ପାର୍ଟି ହୋ ରହି ହେ’ ଭିଡିଓ ଭାଇରାଲ ହେବା ପରେ ମିମ୍ସ ମେକର ୟଶରାଜ କୁଖାତେ ଏହାକୁ ନେଇ ଏକ ନୂଆ ଗୀତ ମଧ୍ୟ ତିଆରି କରିଛନ୍ତି। ୟଶରାଜଙ୍କର ଏହି ମଜାଦାର ଗୀତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମାରେ ରହିଛି।

ଦେଖନ୍ତୁ ୟଶରାଜ ତିଆରି କରିଥିବା ଗୀତ:

 

View this post on Instagram

 

A post shared by Yashraj Mukhate (@yashrajmukhate)

ପ୍ରକାଶ ଯେ ପୂର୍ବରୁ ୟଶରାଜ ରସୋଡେ ମେ କୌନ୍‌ ଥା, ମେରି କୋଇ ଫିଲିଙ୍ଗସ୍‌ ନେହିଁ ହେ, ବିଗିନି ସୁଟ୍‌ ଭଳି ଭାଇରାଲ ଭିଡିଓକୁ ଗୀତ ଆକାରରେ କରିଛନ୍ତି, ଯାହା ବେଶ୍‌ ଲୋକପ୍ରିୟ ହୋଇଥିଲା।

ତେବେ ବର୍ତ୍ତମାନ ଅମୁଲ ତରଫରୁ ଏହି ପାର୍ଟି ହୋ ରହି ହେ ଗୀତକୁ ନେଇ ମିମ୍‌ସ ସେୟାର କରାଯାଇଛି। ଅମୁଲ ତିନିଟି ଝିଅ ଥିବା କାର୍ଟୁନ୍‌ ତିଆରି କରିଛି। ଏଥିରେ ଝିଅମାନେ ପାର୍ଟି କରୁଥିବା ଦେଖାଯାଇଛି। ଝିଅମାନେ ଚା’ ସହ ପାଉରୁଟିର ମଜା ଉଠାଉଥିବା ଦେଖିବାକୁ ମିଳିଛି। ଅମୁଲ ଏହି କାର୍ଟୁନ୍‌ ସହ ଲେଖିଛି- ‘ୟେ ହମାରି ପାଓ ଟି ହୋ ରହି ହେ। ଅମୁଲ ଅଲ ୱେଜ୍‌ ଟ୍ରେଣ୍ଡିଂ’।


କେବଳ ଅମୁଲ ନୁହେଁ ସ୍ୱିଗି, ଜୋମାଟୋ ଓ ଡୋମିନୋଜ୍‌ ମଧ୍ୟ ଏହି ଟ୍ରେଣ୍ଡ୍‌ରେ ସାମିଲ ହୋଇଛନ୍ତି।

 

View this post on Instagram

 

A post shared by Swiggy (@swiggyindia)

 

View this post on Instagram

 

A post shared by zomato (@zomato)

 

View this post on Instagram

 

A post shared by McDonald’s India (@mcdonalds_india)