ଉତ୍ତରପ୍ରଦେଶ ପ୍ରୟାଗରାଜରେ ଇଫକୋ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୨ ମୃତ, ୧୫ କର୍ମଚାରୀ ଆହତ

ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଇଫକୋ ପ୍ଲାଣ୍ଟରେ ଗ୍ୟାସ ଲିକ୍‌,୨ ମୃତ। ୧୫ଜଣ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗ୍ୟାସ ଲିକ୍‌ ଏବେ ବନ୍ଦ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣାଟି ଘଟିଛି। କାରଖାନାର ଗୋଟିଏ ୟୁନିଟ୍‌ରେ ‘ଆମୋନିଆ ଗ୍ୟାସ୍‌’ ଲିକ୍‌ କରିବାରୁ ଭିପି ସିଂହ ଏବଂ ଅଭୟ ନନ୍ଦନ ନାମରେ ‘ଇଫ୍‌କୋ’ର ଦୁଇଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି।

ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ କରିବାକୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ସରକାର ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି।

You might also like