ଆଜି କୃଷକ ଦିବସ, କିନ୍ତୁ ରାଜରାସ୍ତାରେ ବସିଛନ୍ତି ଆମ ଅନ୍ନଦାତା

କୃଷକଙ୍କ ଯୋଗୁ ଆଜି ସାରା ବିଶ୍ୱ ବଞ୍ଚିଛି। କୃଷକ ନ ଥିଲେ ଲୋକମାନେ ଖାଇବାକୁ ପାଇନଥାନ୍ତେ। ଏଣୁ କୃଷକଙ୍କୁ ସମ୍ମାନ ଜଣାଇବା ପାଇଁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମଦିନ ଡିସେମ୍ବର ୨୩ରେ ସାରା ଦେଶରେ ପାଳିତ ହେଉଛି ଜାତୀୟ କୃଷକ ଦିବସ। ଏହି ଦିନ କୃଷକଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବା ଅବସରରେ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପ୍ରୋତ୍ସାହିତ କରାଯାଏ।

କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଆଜି କୃଷକ ଦିବସରେ ରାଜରାସ୍ତାରେ ବସିଛନ୍ତି ଆମ ଦେଶର ଅନ୍ନଦାତା। ତେବେ ଆଜି କୃଷକ ଦିବସ ପାଇଁ ଭାରତୀୟ କୃଷକ ୟୁନିୟନ୍‌ ଘୋଷଣା କରିଛି ଯେ ଆଜି ସେମାନେ ଗୋଟିଏ ବେଳା ଖାଦ୍ୟ ଖାଇବେ ନାହିଁ। ଅର୍ଥାତ୍‌ ଆଜି କୃଷକ ଦିବସରେ ବେଳିକିଆ ଉପବାସରେ ରହିବେ କୃଷକ।

ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌ ବିପକ୍ଷରେ କୃଷକମାନେ ଗତ ୨୮ ଦିନ ଧରି ଆନ୍ଦୋଳନ କରୁଛନ୍ତି। କୃଷି ଆଇନ୍‌କୁ ବିରୋଧ କରୁଥିବା କୃଷକ ୟୁନିୟନ୍‌ ଆଗକୁ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ଆଜି ନିଷ୍ପତ୍ତି ନେବେ। ଆଜି ସକାଳେ ସିନ୍ଧୁ ବର୍ଡରରେ ପୁଣିଥରେ ବୈଠକ ହେବା କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.