Below header

ସନ୍ତାନର ଲାଳନପାଳନ ପାଇଁ କେନ୍ଦ୍ର ଦେବ ଛୁଟି, ମହିଳା ଓ ଏକକ ପୁରୁଷ ସରକାରୀ କର୍ମଚାରୀ ପାଇବେ ୭୩୦ ଦିନର ଅବକାଶ

ଆଜିକାଲି ଉଭୟ ମାଆ ଓ ବାପା ପ୍ରାୟତଃ ଚାକିରିଆ। କିନ୍ତୁ କେତେକ ମାମଲାରେ ସିଙ୍ଗଲ୍‌ ବାପା କିମ୍ବା ମାଆକୁ ପିଲାର ଯତ୍ନ ନେବାକୁ ପଡ଼ିଥାଏ। ଏଭଳି କ୍ଷେତ୍ରରେ ପିଲାଙ୍କ ଲାଳନପାଳନରେ ଏହାର ପ୍ରଭାବ ଦେଖିବାକୁ ମିଳେ।

ଆଜିକାଲି ଉଭୟ ମାଆ ଓ ବାପା ପ୍ରାୟତଃ ଚାକିରିଆ। କିନ୍ତୁ କେତେକ ମାମଲାରେ ସିଙ୍ଗଲ୍‌ ବାପା କିମ୍ବା ମାଆକୁ ପିଲାର ଯତ୍ନ ନେବାକୁ ପଡ଼ିଥାଏ। ଏଭଳି କ୍ଷେତ୍ରରେ ପିଲାଙ୍କ ଲାଳନପାଳନରେ ଏହାର ପ୍ରଭାବ ଦେଖିବାକୁ ମିଳେ। ଏହି ସମସ୍ୟାକୁ ନଜରରେ ରଖି ବୁଧବାର କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି।

କେନ୍ଦ୍ର ରାଜ୍ୟମନ୍ତ୍ରୀ(Ministry of Personnel) ଜିତେନ୍ଦ୍ର ସିଂ ବୁଧବାର ଲୋକସଭାରେ କହିଛନ୍ତି ଯେ ମହିଳା ଏବଂ ସିଙ୍ଗଲ୍‌ ପୁରୁଷ ସରକାରୀ କର୍ମଚାରୀ ୭୩୦ ଦିନର ଶିଶୁ ଯତ୍ନ ଛୁଟି (CCL) ପାଇଁ ଯୋଗ୍ୟ ହେବେ। କେନ୍ଦ୍ର ବ୍ୟାପାର ସମ୍ବନ୍ଧିତ ସିଭିଲ୍‌ ସେବା ଏବଂ ପଦବୀରେ ନିଯୁକ୍ତ ମହିଳା ସରକାରୀ କର୍ମଚାରୀ ଏବଂ ଏକକ ପୁରୁଷ ସରକାରୀ କର୍ମଚାରୀ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ଛୁଟି) ନିୟମ, ୧୯୭୨ର ୪୩-ସି ଅନୁଯାୟୀ, ଶିଶୁ ଯତ୍ନ ଛୁଟି ପାଇପାରିବେ।

କେନ୍ଦ୍ର ମନ୍ତ୍ରୀ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଥିଲେ ଯେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଦୁଇ ବଡ଼ ସନ୍ତାନଙ୍କ ଯତ୍ନ ପାଇଁ ସର୍ବାଧିକ ୭୩୦ ଦିନର ଅବକାଶ ମିଳିବ। କିନ୍ତୁ ଦିବ୍ୟାଙ୍ଗ ସନ୍ତାନଙ୍କ କ୍ଷେତ୍ରରେ କୌଣସି ବୟସ ସୀମା ନାହିଁ।

କହି ରଖୁଛୁ, କେନ୍ଦ୍ର ସରକାରଙ୍କ ମହିଳା କର୍ମଚାରୀ ଗର୍ଭାବସ୍ଥା ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ପୁରୁଷ କର୍ମଚାରୀ ମଧ୍ୟ ନିଜ ପତ୍ନୀଙ୍କ ପ୍ରସବ ପରେ ସୁସ୍ଥ ହେବା ସମୟରେ ୧୫ ଦିନ ପର୍ଯ୍ୟନ୍ତ ପିତୃତ୍ୱ ଅବକାଶ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.