୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା, ଚାଲିଛି ଖୋଜାଖୋଜି

କଟକ ନରାଜ ନିକଟରେ ମହାନଦୀର ଅଥଳ ଜଳରାଶିରେ ଚାଲିଛି ଦୁଇ ଛାତ୍ରଙ୍କ ଖୋଜାଖୋଜି। ତେବେ ନଦୀରେ ପ୍ରବଳ ପାଣି ସହ ସେଠାରେ ସିଦ୍ଧେଶ୍ବର ପାହାଡ଼ ଓ ବୁରୁଜ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

କଟକ(କେନ୍ୟୁଜ୍): ୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍। କଟକ ନରାଜ ନିକଟରେ ମହାନଦୀର ଅଥଳ ଜଳରାଶିରେ ଚାଲିଛି ଦୁଇ ଛାତ୍ରଙ୍କ ଖୋଜାଖୋଜି। ତେବେ ନଦୀରେ ପ୍ରବଳ ପାଣି ସହ ସେଠାରେ ସିଦ୍ଧେଶ୍ବର ପାହାଡ଼ ଓ ବୁରୁଜ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

ଗତକାଲି ନରାଜ ନିକଟରେ ମହାନଦୀରେ ଗାଧୋଇବାକୁ ଯାଇ ୨ଛାତ୍ର ବୁଡ଼ି ଯାଇଥିଲେ। ନିଖୋଜ ଦୁଇ ଛାତ୍ର କଟକର ଏକ ଘରୋଇ କଲେଜର ଯୁକ୍ତ ୨ ପ୍ରଥମ ବର୍ଷରେ ପଢୁଥିଲେ। କାଲି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏନଡିଆରଏଫର ୩ଟି, ଓଡ୍ରାଫର ଗୋଟିଏ ଓ ଅଗ୍ନିଶମ ବିଭାଗର ଗୋଟେ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନଡିଆରଏଫର ସ୍କୁବା ଡାଇଭର ମଧ୍ୟ ଗଭୀର ଜଳ ଭିତରେ ପଶି ସର୍ଚ୍ଚ ଅପରେସନ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.