Below header

ଆଠମଲ୍ଲିକରେ ନାବାଳକକୁ ହତ୍ୟା ଘଟଣାରେ ଥମୁନି ବିବାଦ, ମଙ୍ଗଳା କୋଠି ଉଚ୍ଛେଦ ଦାବିରେ ଗାଁର ମହିଳାଙ୍କ ପ୍ରତିବାଦ

ମଙ୍ଗଳା କୋଠି ନେଇ ପ୍ରଶାସନ ସହ ଆଲୋଚନା ବିଫଳ ପରେ ୧୫ଦିନ ସମୟ ମାଗିଛି ପ୍ରଶାସନ। ଆଜି ମଙ୍ଗଳକୋଠି ନିକଟକୁ ଗାଁର ମହିଳାମାନେ ଯିବା ବେଳେ ସେଠାରେ ଅଟକାଇଥିଲେ ପୋଲିସ ଫୋର୍ସ। ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବାକୁ ଯାଇ ତହସିଲଦାର ଯଶୋବନ୍ତ ଦେହୁରୀ, ଅନୁଗୁଳ ଅତିରିକ୍ତ ଏସପି, ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ।

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକ ଟୁସରା ଗାଁରେ ନାବାଳକକୁ ହତ୍ୟା ଘଟଣାରେ ଥମୁନି ବିବାଦ। ମଙ୍ଗଳା କୋଠି ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ପୁଣି ବିରୋଧ। ମଙ୍ଗଳା କୋଠି ନେଇ ପ୍ରଶାସନ ସହ ଆଲୋଚନା ବିଫଳ ପରେ ୧୫ଦିନ ସମୟ ମାଗିଛି ପ୍ରଶାସନ। ଆଜି ମଙ୍ଗଳକୋଠି ନିକଟକୁ ଗାଁର ମହିଳାମାନେ ଯିବା ବେଳେ ସେଠାରେ ଅଟକାଇଥିଲେ ପୋଲିସ ଫୋର୍ସ। ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବାକୁ ଯାଇ ତହସିଲଦାର ଯଶୋବନ୍ତ ଦେହୁରୀ, ଅନୁଗୁଳ ଅତିରିକ୍ତ ଏସପି, ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ତେବେ କୌଣସି ନିଷ୍କର୍ସ ନବାହାରିବାରୁ ତୁଷରା ପଞ୍ଚାୟତ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ।

ମଙ୍ଗଳା କୋଠି ଉଚ୍ଛେଦ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଲୋଚନା ବିଫଳ ହେବାରୁ ସମସ୍ୟାର ସମାଧାନ ପାଇଁ ଆଉ ୧୫ଦିନ ସମୟ ମାଗିଛନ୍ତି ଉପଜିଲ୍ଲାପାଳ। ଏହାକୁ ହଟାଇବା ପାଇଁ ଗତକାଲି ଶତାଧିକ ମହିଳା ରାସ୍ତାରୋକ କରିଥିଲେ। ସୁବର୍ଣ୍ଣପୁର ଗାଁର ସଞ୍ଜିତ ବିଶ୍ବାଳଙ୍କ ହତ୍ୟା ଓ ମଙ୍ଗଳା କୋଠି ସାଧିକା ସହ ୪ଜଣ ଜେଲ ଯିବା ପରେ ଏହାକୁ ହଟାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.