Below header

କିସ୍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦଘାଟିତ, ବିଶ୍ୱର ବିଭିନ୍ନ ଦେଶରୁ ୧୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧିଙ୍କ ଯୋଗଦାନ

ଜନଜାତି ସମ୍ପ୍ରଦାୟ ପ୍ରକୃତି ଓ ଦେଶୀୟ ସଂସ୍କୃତି ମଧ୍ୟରେ ସନ୍ତୁଳନ ରକ୍ଷାକରି ଜୀବନ ଜୀଇଁ ଆସୁଛନ୍ତି। କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ବାର୍ତ୍ତାରେ କହିଥିଲେ, ଏକ ନ୍ୟାୟସଂଗତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଶ୍ୱିକ ସମାଜ ଗଠନରେ ପଥ ପ୍ରଶସ୍ତ କରିବାରେ ନୃତତ୍ତ୍ୱର କ୍ଷମତା ରହିଛି। ଏହା ଉପରେ ଦୃଢ ବିଶ୍ୱାସ ରଖି ଆମେ ସ୍ୱଦେଶୀ ସମ୍ପ୍ରଦାୟକୁ ଶିକ୍ଷା ଓ ଜ୍ଞାନ ପ୍ରଦାନ ମାଧ୍ୟମରେ ସଶକ୍ତ କରି ଚାଲିଛୁ।

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍ଘାଟିତ ହୋଇଛି । କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁନାଇଟେଡ୍ ଇଣ୍ଡିଆ ଆନ୍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କଂଗ୍ରେସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କଂଗ୍ରେସର ବିଷୟବସ୍ତୁ ‘ଆନ୍ଥ୍ରୋପୋଲୋଜି ଇନ୍ ପବ୍ଲିକ୍ ସ୍ପିଅର୍: ଇଣ୍ଡିଜେନିଟି, ସୋସିଆଲ୍ ଜଷ୍ଟିସ୍, ସଷ୍ଟେନେବିଲିଟି ଏବଂ ଗ୍ଲୋବାଲ୍ ପିସ୍’ ରଖାଯାଇଛି। ଏହି ସମ୍ମିଳନୀରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରୁ ୧୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଗଦେଇ ଜାତୀୟ ସ୍ମାରକ କର୍ତ୍ତୃପକ୍ଷର ଅଧ୍ୟକ୍ଷ ତଥା ଭାରତର ନୃତତ୍ତ୍ୱ ସର୍ବେକ୍ଷଣ ନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା କହିଲେ, କିସ୍ ହେଉଛି ସମାଜର ଅବହେଳିତ ଓ ଦୁର୍ବଳ ବର୍ଗର ସଶକ୍ତିକରଣର ପ୍ରତୀକ। ଏହା ବିଶ୍ୱ ଶାନ୍ତି ଓ ମୈତ୍ରୀ ପାଇଁ ଦଣ୍ଡାୟମାନ ହୋଇଛି।

ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖି କିଭଳି ବିକାଶ କରାଯାଇପାରିବ, ତା ଉପରେ ନୃତତ୍ତ୍ୱବିତ୍ମାନେ ଗୁରୁତ୍ୱ ଦେଇଥାନ୍ତି ବୋଲି ପ୍ରଫେସର ବାସା କହିଥିଲେ। ଜନଜାତି ସମ୍ପ୍ରଦାୟ ପ୍ରକୃତି ଓ ଦେଶୀୟ ସଂସ୍କୃତି ମଧ୍ୟରେ ସନ୍ତୁଳନ ରକ୍ଷାକରି ଜୀବନ ଜୀଇଁ ଆସୁଛନ୍ତି। କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ବାର୍ତ୍ତାରେ କହିଥିଲେ, ଏକ ନ୍ୟାୟସଂଗତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଶ୍ୱିକ ସମାଜ ଗଠନରେ ପଥ ପ୍ରଶସ୍ତ କରିବାରେ ନୃତତ୍ତ୍ୱର କ୍ଷମତା ରହିଛି। ଏହା ଉପରେ ଦୃଢ ବିଶ୍ୱାସ ରଖି ଆମେ ସ୍ୱଦେଶୀ ସମ୍ପ୍ରଦାୟକୁ ଶିକ୍ଷା ଓ ଜ୍ଞାନ ପ୍ରଦାନ ମାଧ୍ୟମରେ ସଶକ୍ତ କରି ଚାଲିଛୁ।

ଆମେ ଦୂରଦୃଷ୍ଟିପୂର୍ଣ୍ଣ ବ୍ୟକ୍ତି, ପ୍ରଫେସର ଅଫ୍ ପ୍ରାକ୍ଟିସ୍, ଜନଜାତି ପରାମର୍ଶଦାତା ପରିଷଦର ସହଯୋଗରେ ସ୍ୱଦେଶୀ ଜ୍ଞାନକୁ ସମ୍ମାନ ପ୍ରଦାନ ଓ ସଂରକ୍ଷଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ। ଅପର ପକ୍ଷରେ ଆମେ କିସରେ ପରମ୍ପରାକୁ ଅକ୍ଷୂଣ୍ଣ ରଖି କିପରି ବିକାଶ କରାଯାଇପାରିବ ସେ ନେଇ ସାର୍ଥକ ଆଦାନ ପ୍ରଦାନ ନିମନ୍ତେ ସୁବିଧା କରିଛୁ ବୋଲି ସେ କହିଥିଲେ। ବିନମ୍ରତା ଓ ମାନବିକତାକୁ ଏକ ଅଭ୍ୟାସରେ ପରଣିତ କରିଥିବା କିସ୍ ପାଇଁ ଏହି କଂଗ୍ରେସ ଏକ ସମ୍ମିଳନୀଠାରୁ ବହୁତ କିଛି ଅଧିକ ବୋଲି କିସ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ସତ୍ୟ ଏସ. ତ୍ରିପାଠୀ କହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.