ଆଜି ଜିଏସଟି କାଉନସିଲର ୨୯ତମ ବୈଠକ : ଟିକସ ସଂଗ୍ରହର ସରଳୀକରଣ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ଜିଏସଟି କାଉନସିଲର ୨୯ତମ ବୈଠକ । ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତରଫରୁ ଆସିଥିବା ପ୍ରସ୍ତାବ, ଟିକସ ସଂଗ୍ରହର ସରଳୀକରଣ ସହ ବୈଷୟିକ ଦିଗ ସମ୍ପର୍କରେ ଆଲୋଚନା ହେବାର ଅଛି । ରାଜ୍ୟର ଅଣୁକ୍ଷୁଦ୍ର ଶିଳ୍ପର ବିକାଶ ଓ ଷ୍ଟାର୍ଟଅଫଙ୍କୁ ଗୁରୁତ୍ୱ ଦେବା ଉପରେ ଦାବି କରିବେ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ଜିଏସଟି ବୈଠକରେ ମଧ୍ୟମ ବର୍ଗ ବ୍ୟବହାର କରୁଥିବା ବହୁ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.