Below header

ଆଉ ପାଦେ ଆଗେଇଛି ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା

ଭୁବନେଶ୍ବର : ଆଉ ପାଦେ ଆଗେଇଛି ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କୁ ଏସମ୍ପର୍କିତ ରିପୋର୍ଟ ଦେଇଛି ବିଧାନ ପରିଷଦ ଅନୁଧ୍ୟାନକାରୀ କମିଟି । କମିଟି ଅଧ୍ୟକ୍ଷ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ଏହି କମିଟି ୪ଟି ରାଜ୍ୟ ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତ କରିଥିଲା । ସେଠାକାର ବିଧାନ ପରିଷଦ ଗଠନ ପ୍ରଣାଳୀର ଅନୁଧ୍ୟାନ କରିଥିଲା । ଏହାପରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ଆସିପାରେ ଓଡ଼ିଶା ବିଧାନ ପରିଷଦ ଗଠନ ସମ୍ପର୍କିତ ବିଲ୍ । ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଏକ ସଂକଳ୍ପ ପାସ୍ ହେବ ।

ଏଥିପାଇଁ ସଂଖ୍ୟା ଗରିଷ୍ଠତା ଅର୍ଥାତ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏହି ସଂକଳ୍ପ ବିଧାନସଭାରେ ଉପସ୍ଥାପନ ହୋଇସାରିଛି । ବିଧାନସଭା ଓ ସଂସଦରେ ପାସ୍ ପରେ ବିଧାନ ପରିଷଦ ଗଠନ ହେବ । ଏଥିରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ସଦସ୍ୟ ରହିବେ । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ଥିବାରୁ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ । ୪୦ରୁ କମ୍ ସଦସ୍ୟ ରହିବେ ନାହିଁ । ବିଧାନ ପରିଷଦ ସଦସ୍ୟଙ୍କ କାର୍ୟ୍ୟକାଳ ୬ବର୍ଷ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.