ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ: ମାତ୍ର ୮୪ ରନ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଏଜବେଷ୍ଟନ ଟେଷ୍ଟ । ୧୯୪ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଛି ବିରାଟ ବାହିନୀ । ଦୁଇ ଦିନର ଖେଳ ବାକି ଥିବା ବିଜୟଠାରୁ ଆଉ ମାତ୍ର ୮୪ ରନ୍ ପଛରେ ରହିଯାଇଛି ଟିମ୍ ଇଣ୍ଡିଆ । ସେହିପରି ଇଂଲିଶ ବାହିନୀର ନଜର ଏବେ ଭାରତୀୟ ଓ୍ଵିକେଟ ଉପରେ । କାରଣ ଟିମ୍ ଇଣ୍ଡିଆ ହାତରେ ଆଉ ମାତ୍ର ୫ଟି ଓ୍ଵିକେଟ ରହିଛି । ଗତକାଲି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ଵିକେଟ ହରାଇ ୧୧୦ ରନ୍ କରିଥିଲା । ଅଧିନାୟକ ବିରାଟ କୋହଲି ୪୩ ଓ ଦୀନେଶ କାର୍ତ୍ତିକ ୧୮ ରନ୍ କରି ଅପରାଜିତ ଅଛନ୍ତି ।

ଇଂଲଣ୍ଡ ଖେଳାଳିଙ୍କ ଘାତକ ବୋଲିଂରେ ତିଷ୍ଠି ପାରି ନଥିଲେ ଭାରତୀୟ ଟପ୍ ଅର୍ଡର । ଶିଖର ଧଓ୍ଵନ, ଲୋକେଶ ରାହୁଲ ଓ ଅଶ୍ୱିନ ୧୩ ରନ୍ କରିଥିବା ବେଳେ ମୂରଲୀ ବିଜୟ ୬ ରନ୍ କରି ପାଭିଲନ୍ ଫେରିଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୮୦ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଘାତକ ସାଜିଥିଲେ ଇଶାନ୍ତ ଶର୍ମା । ୫୧ ରନ୍ରେ ସେ ହାସଲ କରିଥିଲେ ୫ଟି ଓ୍ଵିକେଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.