Below header

ଯୁବକଙ୍କ ମୂତ୍ରାଶୟରୁ ମିଳିଲା ମୋବାଇଲ ଚାର୍ଜର, ହସ୍ତମୈଥୁନ ପାଇଁ କରୁଥିଲେ ବ୍ୟବହାର; ଏମିତି ହେଲା ଖୁଲାସା

ଆସାମର ଗୌହାଟୀରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଦେଖିବାକୁ ମିଳିଛି। ଏହି ଘଟଣାକୁ ଡାକ୍ତର ବି ବୁଝିପାରୁନାହାନ୍ତି। ରିପୋର୍ଟ ମୁତାବକ ଏକ ୩୦ ବର୍ଷୀୟ ଯୁବକ ପେଟ କାଟୁଥିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲା। ଔଷଧ ଓ ଇଞ୍ଜେକସନ୍‌ ପରେ ବି ପେଟ ପୀଡ଼ା ଭଲ ହେଲା ନାହିଁ। ଏଣୁ ଡାକ୍ତର ଓ୍ଵାଲିୟୁଲ ଇସ୍‌ଲାମ୍‌ ତାଙ୍କ ଅପରେସନ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

Guwahati Man Uses Mobile Charger to Masturbate, Doctors Find it in ...

ଅପରେସନ୍‌ ପୂର୍ବରୁ ରୋଗୀର ଏକ୍ସରେ କରିବା ବେଳେ ଡାକ୍ତର ଯାହା ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରିପାରିଲେନାହିଁ। କାରଣ ରୋଗୀର ପେଟରେ ଥିଲା ଏକ ମୋବାଇଲ ଚାର୍ଜର। ପୂରା ଚାର୍ଜର ରୋଗୀର ପେଟ ଭିତରକୁ କେମିତି ଗଲା ଭାବି ଡାକ୍ତର ସମେତ ନର୍ସମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରୋଗୀର କହିବା ମୁତାବକ ସେ ଚାର୍ଜର ଗିଳିଦେଇଥିଲା। କିନ୍ତୁ ଡାକ୍ତର ଇସ୍‌ଲାମ୍‌ ପ୍ରକୃତ ସତ କ’ଣ ତାହା କହିଛନ୍ତି।

Bizarre! Mobile charger cord removed from Assam man's urinary ...

ଡାକ୍ତରଙ୍କ କହିବାନୁସାରେ ମୂତ୍ରାଶୟ ମଧ୍ୟକୁ ଏହି ଚାର୍ଜର ପାଟି ପଟେ ନୁହେଁ ବରଂ ଲିଙ୍ଗ ମାଧ୍ୟମରେ ଯାଇଛି। ବ୍ୟକ୍ତି ଜଣକ ହସ୍ତ ମୈଥୁନ ପାଇଁ ଚାର୍ଜରକୁ ଲିଙ୍ଗ ଭିତରେ ପୂରାଇଥିଲେ। ଡାକ୍ତରଙ୍କ ମୁତାବକ ଏହାକୁ ଏକ ପ୍ରକାରର ସାଉଣ୍ଡିଂ ବୋଲି କୁହାଯାଏ। ଏଥିରେ ମୂତ୍ରମାର୍ଗ ଦେଇ କୌଣସି ବସ୍ତୁ କିମ୍ବା ତରଳ ଜିନିଷ ପୂରାଯାଏ। ୫ ଦିନ ପୂର୍ବରୁ ଉକ୍ତ ବ୍ୟକ୍ତି ଡାକ୍ତରଙ୍କୁ ଫୋନ୍‌ କରି ଚାର୍ଜର ଗିଳି ଦେଇଥିବା କହିଥିଲେ। କିନ୍ତୁ ପ୍ରକୃତରେ ସେ ଚାର୍ଜର ଗିଳିନଥିଲେ ତାହାକୁ ଲିଙ୍ଗ ବାଟରେ ପୂରାଇଥିଲେ।

Photo Courtesy: Wallie Islam

ସର୍ଜରୀ ବେଳର କେତେକ ଫଟୋ ଡାକ୍ତର ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପସନ୍‌ରେ ସେ ଲେଖିଛନ୍ତି ପ୍ରାୟ ୨୫ ବର୍ଷ ହେବ ମୁଁ ଏହି ଫିଲ୍ଡରେ କାମ କରୁଛି। ଏହି ସମୟ ମଧ୍ୟରେ ମୁଁ ବିଭିନ୍ନ ପ୍ରକାରର କେସ୍‌ ଦେଖିଛି। କିନ୍ତୁ କେବେ ବି ଏମିତି ମାମଲା ଦେଖିନଥିଲି। ଏଭଳି ଘଟଣା କେବେ ଘଟିବ ବୋଲି ସେ ଚିନ୍ତା କରିନଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.