Below header

କରୋନା ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ଅଧାପୋଡା ଶବକୁ ଧରି ପଳେଇଗଲେ ପରିଜନ

କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ସେମାନେ କେବଳ ପୀଡ଼ିତ ଠାରୁ ଦୂରରେ ରହୁନାହାନ୍ତି ବରଂ ସର୍ବସାଧାରଣ ଶବ ଦାହରେ ସେମାନଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଜମ୍ମୁକାଶ୍ମୀରଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । କରୋନା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଲୋକମାନେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ବିରୋଧ ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ, ବୃଦ୍ଧଙ୍କ ପରିଜନ ଅଧାଜଳା ଶବକୁ ନେଇ ସେଠାରୁ ପଳାୟନ କଲେ ।

dead

ମିଳିଥିବା ସୂଚନା ଅନୁସାରେ 72 ବର୍ଷୀୟ ଜଣେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିଜନ ଅନ୍ତିମ ସଂସ୍କାର ପାଇଁ ଡୋଡାର ଦାମାନଠାରେ ପହଞ୍ଚିଥିଲେ । ପ୍ରଶାସନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ ଯେତେବେଳେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଗଲା ସେତବେଳେ ସ୍ଥାନୀୟ ଲୋକମାନେ ଏହାର ବିରୋଧ କରିବା ଆରମ୍ଭ କଲେ ।

ବିରୋଧ ଏତେ ତୀବ୍ରତର ହେଲା ଯେ, ଶେଷରେ ସେଠାରେ ଗୋଷ୍ଠୀ ଆକ୍ରମଣ ଘଟିଲା । ସ୍ଥାନୀୟ ଲୋକମାନେ ବାଡି ଓ ପଥରରେ ପ୍ରଶାସନ ଓ ମୃତକଙ୍କ ପରିଜନଙ୍କ ଉପରେ ଆକ୍ରମଣ କରିବା କଲେ । ପରିଜନ ଓ ପ୍ରଶାସନ ଅଧା ଜଳା ଶବକୁ ନେଇ ପଳାୟନ କରିବାକୁ ପଡିଥିଲା ।

kk

ତେବେ ମୃତକଙ୍କ ପୁଅଙ୍କ କହିବାନୁସାରେ, ଜଣେ ଅଧିକାରୀ ଓ ମେଡ଼ିକାଲ୍‌ ଟିମ ସହିତ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଧାରିତ ସ୍ଥଳରେ ପହଞ୍ଚିଥିଲେ । ଦାମାନ କ୍ଷେତ୍ରର ଏକ ଶଶ୍ମାନ ଘାଟରେ ତାଙ୍କ ଚିତାକୁ ଜଳାଯାଉଥିବା ସମୟରେ ହଠାତ୍‌ ବହୁ ସଂଖ୍ୟାକ ଲୋକ ପହଞ୍ଚି ଅନ୍ତିମ ସଂସ୍କାର କରିବାକୁ ବିରୋଧ କଲେ । ଦାହ ସଂସ୍କାର ସମୟରେ ମୃତକଙ୍କ ନିଜ ସମ୍ପର୍କୀୟ, ପତ୍ନୀ ଓ ଦୁଇ ପୁଅ ସାମିଲ୍‌ ରହିଥିଲେ । ସ୍ଥାନୀୟ ଲୋକଙ୍କ ଆକ୍ରମଣାତ୍ମକ ପ୍ରତିବାଦରେ ଭୟଭୀତ ହୋଇ ସେମାନେ ଅଧା ଜଳା ଶବକୁ ନେଇ ସେଠାରୁ ପଳାଇ ଆସିଲେ । ଏହି ଗୋଷ୍ଠୀ ତାଙ୍କ ଉପରେ ପଥର ଓ ଲାଠି ମାଡ କରିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ପୋଲିସ୍‌ ମଧ୍ୟ ଏହି ଭିଡ ଗୋଷ୍ଠୀଙ୍କୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପୁତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.