Below header

Airtelର ଲମ୍ବା ଅବଧି ବିଶିଷ୍ଟ ବେଷ୍ଟ ପ୍ଲାନ, ଗ୍ରାହକଙ୍କୁ ମିଳିବ ୭୦୦GB ରୁ ଅଧିକ ଡାଟା ସୁବିଧା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଏୟାରଟେଲ ଭାରତରେ ଏଭିତରେ ଅନେକ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । କମ୍ପାନୀ ତରଫରୁ ଲଞ୍ଚ କରାଯାଇଥିବା ଲମ୍ବା ଅବଧି ବିଶିଷ୍ଟ ପ୍ଲାନରେ ଲୋକଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡ଼ିନଥାଏ । ଏହା ସହ ଗ୍ରାହକଙ୍କୁ ଅନଲିମିଟେଡ଼ କଲିଙ୍ଗ ସୁବିଧା ସହ ୭୩୦ ଜିବି ଡାଟା ପର୍ଯ୍ୟନ୍ତର ସୁବିଧା ମିଳିପାରିବ ।

ଏୟାରଟେଲର ୨୪୯୮ ବିଶିଷ୍ଟ ପ୍ଲାନ:

ଉପଭୋକ୍ତା ମାନଙ୍କୁ ଏହି ପ୍ଲାନ ଜରିଆରେ ପ୍ରତିଦିନ ୨ ଜିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହା ସହ ୟୁଜର୍ସ ମାନେ କୋୖଣସି ନେଟୱାର୍କକୁ ଅନଲିମିଟେଡ଼ କଲ କରିପାରିବେ । ଏହା ସହ ୟୁଜର୍ସ ଜି ୫, ଏୟାରଟେଲ ଏକସଷ୍ଟ୍ରିମ ସମେତ ବିଙ୍କ ମ୍ୟୁଜିକ ଆପକୁ ସବସ୍କ୍ରିପସନ ବି କରି ପାରିବେ । କହିରଖିବା ଉଚିତ ହେବକି ଏହି ପ୍ଲାନର ଅବଧି ୩୬୫ ଦିନ ପର୍ଯ୍ୟନ୍ତ ରହିବ ।

air tel

ଏୟାରଟେଲର ୨୩୯୮ଟଙ୍କିଆ ପ୍ଲାନ:

ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ସମେତ ୧୦୦ ଏସଏମଏସ ସୁବିଧା ମିଳିପାରିବ । ଏହା ସହ ୟୁଜର୍ସ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଏହା ସହ ବିଭିନ୍ନ ଆପକୁ ମାଗଣା ସବସ୍କ୍ରିପସନ ବି କରି ପାରିବେ । ଏହି ପ୍ଲାନର ଅବଧି ବି ୩୬୫
ଦିନ ଯାଏଁ ହିଁ ରହିବ ।

ଏୟାରଟେଲର ୧୪୯୮ ଟଙ୍କିଆ ପ୍ଲାନ:

ଏୟାର ଟେଲ ଏହି ପ୍ଲାନ ଜରିଆରେ କଲିଙ୍ଗ କରୁଥିବା ଗ୍ରାହକ ମାନେ ବିଶେଷ ଲାଭ ଉଠାଇ ପାରିବେ । ଏହା ଜରିଆରେ ଗ୍ରାହକଙ୍କୁ ୩୬୫
ଦିନ ଯାଏଁ କଲିଙ୍ଗ ସୁବିଧା ମିଳିବା ସହ ୩,୬୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ । କମ୍ପାନୀ ୟୁଜର୍ସଙ୍କୁ ୨୪ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ବି ଦେଉଛି । ଏହା ସହ ଗ୍ରାହକ ମାନେ ଏୟାରଟେଲ ଏକ୍ସଟ୍ରିମ, ଜି5 ଓ ବିଙ୍କ ମ୍ୟୁଜିକ ଆଦିକୁ ମାଗଣାରେ ସବସ୍କ୍ରିପସନ ବି କରି ପାରିବେ । ଏହା ସହ ୟୁଜର୍ସଙ୍କୁ ଫାସ ଟ୍ୟାଗ ବ୍ୟବହାର ପାଇଁ ୧୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.