ଥରେ ଚାର୍ଜ ହେଲେ ୪୦ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଲାଟେଷ୍ଟ ସ୍ମାର୍ଟୱାଚ, ମାତ୍ର ଏତିକି ଦାମରେ ଭାରତରେ ହେଲା ଲଞ୍ଚ

ସାଓମିର ନିବେଶ କମ୍ପାନୀ ହୁଆମି ଭାରତରେ ଲାଟେଷ୍ଟ ସ୍ମାର୍ଟୱାଚ୍ Amazfit Bip S ଲଞ୍ଚ କରିଛି । ଏହି ସ୍ମାର୍ଟ ୱାଚରେ ସବୁଠାରୁ ଖାସକଥା ହେଉଛି ଏହାର 40 ଦିନର ବ୍ୟାକଅପ୍ ବ୍ୟାଟେରୀ । କମ୍ପାନୀ ଏହି ସ୍ମାର୍ଟ ୱାଚର ମୂଲ୍ୟ 4,999 ଟଙ୍କା ରହିଛି, ଯାହା ଆମାଜନ,ଫ୍ଲିପକାର୍ଟ, ମାଇଣ୍ଟ୍ରା କ୍ରୋମା, ରିଲାଏନ୍ସ ଡିଜିଟାଲ ଭଳି ଅଫଲାଇନ ଷ୍ଟୋରରୁ କିଣାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହାର ଫିଚର ବିଷୟରେ ।

Amazfit Bip S ସ୍ମାର୍ଟୱଟ୍ ହେଉଛି 5 ଏଟିଏମ୍ ଜଳ ପ୍ରତିରୋଧକ । ଏଥିରେ ଜିପିଏସ୍ ସପୋର୍ଟ ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ୍ ଫିଚର ମଧ୍ୟ ଅଛି । ଏହି ସ୍ମାର୍ଟ ୱାଚ୍ ରେ 176×176 ପିକ୍ସେଲ ରିଜୋଲୁସନ ସହିତ 1.28-ଇଞ୍ଚ ଟ୍ରାନ୍ସଫ୍ଲୋକ୍ଟିଭ କଲର TFT ଡ଼ିସପ୍ଲେ ଦିଆଯାଇଛି । ଡିସପ୍ଲେ ପ୍ୟାନେଲରେ ସୁରକ୍ଷା ପାଇଁ 2.5D କର୍ଭଡ କର୍ନିଙ୍ଗ ଗୋରିଲା ଗ୍ଲାସ 3 ରହିଛି ।

एक बार चार्ज होकर 40 दिन चलेगी ये शानदार SmartWatch, इतनी कीमत में हुई लॉन्च

ସ୍ମାର୍ଟ ଏକ୍ସପିରିଏନ୍ସ ପାଇଁ ଏଥିରେ ଏକ ବାୟୋଟ୍ରାକର୍ ପିପିଜି ଅପ୍ଟିକାଲ୍ ସେନ୍ସର, ଥ୍ରୀ ଏକ୍ସିସ ଏକସିଲିରେସନ ଏବଂ ଥ୍ରୀ ଏକ୍ସିସ ଜିଓମ୍ୟାଗ୍ନେଟିକ୍ ସେନ୍ସର ଦିଆଯାଇଛି । ଏହି ସେନ୍ସରଗୁଡ଼ିକ ଫିଟନେସ୍ ଏବଂ ସ୍ଲିପ ଟ୍ରାକିଂକୁ ଏନାବଲ କରିଥାଏ । ଏଥିରେ ସର୍ବଦା ଅନ୍ ଡିସପ୍ଲେ ର ଫିଚର ଦିଆଯାଇଛି । ଆମାଜଫିଟ୍ ବିପ୍ ଏସରେ ବ୍ଲୁଟୁଥ୍ 5.0 ଏବଂ ବ୍ଲୁଟୁଥ୍ ଲୋ ଏନର୍ଜି ସପୋର୍ଟ ରହିଛି ।

ଆମାଜଫିଟ୍ ଏଥିରେ ଟ୍ରେଡମିଲ୍, ଆଉଟଡୋର ରନିଙ୍ଗ ଏବଂ ବେକିଙ୍ଗ ଭଳି 10 ଟି ସପୋର୍ଟ ମୋଡ୍ ଦିଆଯାଇଛି । ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ କୁ ସପୋର୍ଟ କରୁଥିବା ଏହି ୱାଚରେ କ୍ରମାଗତ ହାର୍ଟରେଟ ଟ୍ରାକିଂ ଏବଂ ହାର୍ଟରେଟ ୱାର୍ଣ୍ଣିଙ୍ଗର ଫିଚର ମଧ୍ୟ ରହିଛି । ଏଥିରେ ସାଟେଲାଇଟ ବେସ୍ଡ ପୋଜିସନିଙ୍ଗ ପୋଜିସନ୍ ପାଇଁ ଜିପିଏସ୍ + ଗ୍ଲୋନାସ୍ ମଧ୍ୟ ରହିଛି । ପାୱାର ପାଇଁ ଏଥିରେ 200mAh ବ୍ୟାଟେରୀ ରହିଛି । ଠାରେ ଚାର୍ଜ କଲେ ଏହା 30 ଦିନ ଚାଲିପାରିବ ବୋଲି କମ୍ପାନୀ ଦାବି କରିଛି । ଆହୁରି ମଧ୍ୟ, ଏହାକୁ କମ୍ ବ୍ୟବହାର କଲେ 40 ଦିନ ପାଇଁ ଏହା ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.