ନିଜ ଘରେ ଆଉ କାହା ସହ ଶାରୀରିକ ସମ୍ପର୍କ ରଖିବା ବେଆଇନ୍‌, ଲାଗୁ ହେଲା ନୂଆ ନିୟମ

ଏବେ ନିଜ ଘରେ ଶାରୀରିକ ସମ୍ପର୍କ ରଖିବା ବି ଅପରାଧ। ଇଂଲଣ୍ଡରେ ଲାଗୁ ହୋଇଛି ଏହି ନୂଆ ଆଇନ୍‌। ଇଂଲଣ୍ଡରେ ଯଦି ଜଣେ ବ୍ୟକ୍ତି କୌଣସି ବାହାର ଲୋକ ସହ ସେକ୍ସ କରେ ତେବେ ତାହାକୁ ଆଇନ୍‌ ବିରୁଦ୍ଧ ବୋଲି ଧରାଯିବ। ଲକ୍‌ଡାଉନ୍‌ ମଧ୍ୟରେ ସରକାର ଏହି ଆଇନ୍‌ ପ୍ରଣୟନ କରିଛନ୍ତି। ଏହି ଆଇନ୍‌ ଅନୁସାରେ ଏବେ ଭିନ୍ନ ଭିନ୍ନ ଘରର ଲୋକ ଏକାନ୍ତରେ ମିଶିପାରିବେ ନାହିଁ। ପୂର୍ବ ନିୟମରେ ଏକାନ୍ତ ବା ‘ପ୍ରାଇଭେଟ୍‌ ସ୍ପେସ୍‌’ ଶବ୍ଦର ବ୍ୟବହାର ହୋଇନଥିଲା। ସେତେବେଳେ ସରକାର କହିଥିଲେ ଯେ ପୋଲିସ ଏଭଳି ମାମଲାରେ ବୁଝିବିଚାରି କାମ କରିବ।

relation

 

ଏହି ନିୟମରେ ଲୋକମାନେ କୌଣସି କାମ ଥିଲେ ହିଁ ଦେଖାହୋଇପାରିବେ ବୋଲି କୁହାଯାଇଛି। ପବ୍ଲିକ୍‌ ପ୍ଲେସ୍‌ରେ ସେକ୍ସ ଏବେ ବି ଆଇନ ବିରୁଦ୍ଧ। ଅନ୍ୟପଟେ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନୂଆ ଆଇନ୍‌ ସେକ୍ସ ଉପରେ କୌଣସି ପ୍ରକାରର ବ୍ୟାନ୍‌ ଲଗାଉନାହିଁ। କିନ୍ତୁ କୌଣସି ବ୍ୟକ୍ତିଙ୍କ ଘରେ ଦୁଇ ବା ଦୁଇରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।

SEX

 

 

ନୂଆ ଆଇନ୍‌ ଅନୁସାରେ ଯେଉଁ ବ୍ୟକ୍ତି ଯେଉଁଠାରେ ରହୁଛନ୍ତି ସେହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରାତିରେ ରହିପାରିବେ ନାହିଁ। ଯଦି କେହି ରାତିରେ ଆଉ କେଉଁଠି ରହୁଛନ୍ତି ତେବେ ତାଙ୍କ ପାଖରେ କୌଣସି ଉଚିତ କାରଣ ଥିବା ଆବଶ୍ୟକ।

ଅନ୍ୟପଟେ ଏହି ଆଇନ୍‌ରେ କେତେକ ଲୋକଙ୍କ ପାଇଁ ଛାଡ଼ ମଧ୍ୟ କରାଯାଇଛି। ନୂଆ ନିୟମରେ ଖେଳାଳି, ଅନ୍ତିମ ସଂସ୍କାରରେ ସାମିଲ ହେଉଥିବା ବ୍ୟକ୍ତି, କର୍ମଚାରୀ, ମେଡିକାଲ ସହାୟତା ଚାହୁଁଥିବା ବ୍ୟକ୍ତିଙ୍କୁ ଛାଡ଼ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ବେଳେ ୧୦ରୁ ୬ ଜଣ ଶାରୀରିକ ସମ୍ପର୍କ ସ୍ଥାପନ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.