Below header

ରାଜ୍ୟ ପାଇଁ ଖୁସି ଖବର, ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଅନ୍ୟପଟେ ୩୦ ଜିଲ୍ଲାକୁ ଛୁଇଁଲା କରୋନା

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟ ପାଇଁ ଖୁସି ଖବର ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଦେବଗଡରୁ ୨୨, ପୁରୀରୁ ୧୬, ନୟାଗଡ୧୫ ଏବଂ ବଲାଙ୍ଗିରରୁ ୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୋଳ ଏବଂ ବାଲେଶ୍ୱରରୁ ୫ ଲେଖାଏ, ଭଦ୍ରକ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି । କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଏବଂ ବରଗଡରୁ ଦୁଇ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଜି ରାଜ୍ୟରେ ଆଉ ୧୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାୟଗଡା ସହ ରାଜ୍ୟର ୩୦ ଟି ଜିଲ୍ଲାକୁ କରୋନା ଛୁଇଁଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା । ତେବେ ଏହି ନୂଆ ଆକ୍ରାନ୍ତଙ୍କ ଭିତରୁ ୧୪୩ ଜଣ ସଂଗରୋଧ କେନ୍ଦ୍ର ଥିବାବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ।ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୧୦୫୪ ରହିଥିବାବେଳେ ୧୩୨୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ଅନ୍ଯପଟେ ରାଜ୍ୟରେ ଏହି ମହାମାରୀ ୭ ଜଣଙ୍କର ପ୍ରାଣ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.