Below header

ହରିୟାଣା ସରକାରଙ୍କ ନୂଆ ନିଷ୍ପତ୍ତି, ଗଛ ଲଗାଇଲେ ପାଇବେ ପରୀକ୍ଷାରେ ଅଧିକ ନମ୍ବର

କରୋନା କାଳର ଦାଉ ସବୁ କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପକାଇଛି । ଏହି ସମୟରେ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ଅନେକ ଅସୁବିଧା ଦେଖିବାକୁ ମିଳିଛି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ କଲେଜ ବନ୍ଦ କରିବା ସହ ପରୀକ୍ଷାକୁ ମଧ୍ୟ ବାତିଲ କରିଛନ୍ତି । ବୋର୍ଡ ପରୀକ୍ଷା ରଦ୍ଧ ହେବାକୁ ନେଇ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ତେବେ ଏହି ସମୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ନୂଆ ନିୟମ ବାହାର କରିଛନ୍ତି ।

77665
pc: newsdig.in

ପିଲାଙ୍କୁ ପରୀକ୍ଷାରେ ଅଧିକ ମାର୍କ ଯଦି ଦରକାର ତେବେ ସେମାନେ ଗଛ ଲଗାଇବା ବାଧ୍ୟତାମୂଳକ । କରୋନା କାଳରେ ଅକ୍ସିଜେନ ଅଭାବ ପାଇଁ ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କ୍ଲାସ ୮ମରୁ ୧୨ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କୁ ଅଧିକ ନମ୍ବର ନେବାକୁ ହେଲେ ସେମାନେ ଗଛ ଲଗାଇ ତାର ଧ୍ୟାନ ରଖିବେ । ଏହି ସମ୍ପର୍କରେ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ତେବେ ଏହି ଭଳି ପ୍ରଚେଷ୍ଟା କରି କରୋନା କାଳରେ ନିଜକୁ ସୁରକ୍ଷିତ ରଖିବା ସହ ପାଖ ଲୋକଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ । ଅକ୍ସିଜେନ ଅଭାବରୁ ଅନେକ ଲୋକ ଏହି ମହାମାରୀରେ ପ୍ରାଣ ତ୍ୟାଗ କରୁଛନ୍ତି । ଏହାର ଅଭାବକୁ ଦୂର କରିବାକୁ ହେଲେ ଗଛ ଲଗାଇବା ଉଚିତ । କାରଣ ଯେତେ ଅଧିକ ଗଛ ଲାଗିବ ପ୍ରାକୃତିକ ଉପାୟରେ ମଣିଷ ତଥା ଜୀବ ମଣ୍ଡଳକୁ ଉତ୍ତମ ଅକ୍ତିଜେନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.