ଭାଇ “ମୋ ଗାର୍ଲଫ୍ରେଣ୍ଡ ମୋତେ iPhone ମାଗୁଛି, ମୁଁ କଣ କରିବି କୁହନ୍ତୁ” ଜବାବରେ ସୋନୁ କଣ କହିଲେ ଜାଣନ୍ତୁ …

ଅସୁବିଧାରେ ପଡିଥିବା ଲୋକଙ୍କ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭରଥାନ୍ତି ବଲିଉଡ ଆକ୍ଟର ସୋନୁ ସୁଦ । ଗତ କରୋନା ସମୟରୁ ଏହି ବ୍ୟକ୍ତିଜଣଙ୍କର ଏହି ଗୁଣକୁ ନେଇ ଦେଶବିଦେଶରେ ଚର୍ଚ୍ଚା ବେଶ ଜୋର ଧରିଛି । ପ୍ରବାସୀ ମାନଙ୍କୁ ବସ ଯୋଗେ ନିଜ ନିଜ ଘରକୁ ପଠାଇବା ହେଉ ଅବା କାହାକୁ ପଢିବା ପାଇଁ ସାହାଯ୍ୟ କରିବା ହେଉ ଅଥବା ଡାକ୍ତରଖାନାରେ କୌଣସି ରୋଗୀଙ୍କୁ ସାହାଯ୍ୟ କରିବା ନେଇ ହେଉ । ସବୁଥିରେ ଆଗଭର ଥାନ୍ତି ସୋନୁ । ସୋନୁଙ୍କ ଏହି ବିଶେଷ ଗୁଣ ପାଇଁ ଏବେ ସେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ଦେଶର ଵିଭିନ୍ନ ସ୍ଥାନରେ ଯିଏ ଯେଉଁଠି ଥାଉନା କାହିଁକି ଥରେ ତାଙ୍କୁ ଗୁହାରି କଲେ ସୋନୁ ନିଜ ସାଧ୍ୟ ଅନୁସାରେ ସାହାଯ୍ୟ କରିଥାନ୍ତି । କିନ୍ତୁ ନିକଟରେ ଅର୍ଥାତ(ଜୁନ 21) ତାରିଖରେ ସୋନୁଙ୍କ ନିକଟକୁ ଏକ ଅଜବ ମେସେଜ ଆସିଛି ।

ମେସେଜରେ ଲେଖାଅଛି, ” ଭାଇ ମୋ ପ୍ରେମିକା ଏକ ଆଇଫୋନ ପାଇଁ ଡିମାଣ୍ଡ କରୁଛି, କଣ କରିବି କୁହନ୍ତୁ” ? ଆଉ ଏହାର ଜବାବରେ ସୋନୁ ଯାହା କହିଛନ୍ତି ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଏହି ଟ୍ୱିଟକୁ ରିଟ୍ୱିଟ କରି “ଆପଣଙ୍କ ପାଇଁ ଆଉ କଣ ସେବା ଅଛି ତ କୁହନ୍ତୁ । ଆଉ ଏହା ସହ ଲେଖିଛନ୍ତି, ତାର ତ ଠିକଣା ନାହିଁ, ଯଦି ତମେ iPhone ଦେଲ ତମର ଆଉ କିଛି ରହିବ ନାହିଁ ।” ମଜାର କଥାଯେ ସୋନୁଙ୍କ ଏହି ଟ୍ୱିଟ ପବ୍ଲିସ ହେବା ମାତ୍ରେ ଏହାକୁ ତିନି ହଜାରରୁ ଅଧିକ ଲାଇକ୍ସ ମିଳିବା ସହ ଦୁଇ ଶହରୁ ଅଧିକ ଥର ରିଟ୍ୱିଟ କରାଯାଇ ସାରିଲାଣି । ଆଉ ଏହା ପରେ ଯୁବକ ଜଣଙ୍କ ରିପ୍ଲାଏରେ ଲେଖିଛନ୍ତି, “ଭାଇ ତମେ ସମସ୍ତଙ୍କ ଘର ସଜାଡୁଛ କିନ୍ତୁ ମୋ ଘର ବିଗାଡିବାରେ ଲାଗିଛ ।”

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.