କନ୍ଧମାଳ କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ

କନ୍ଧମାଳ: ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ – ମାଓବାଦୀ ମୁହାଁମୁହିଁ। ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ SOG ଓ DVF ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରସେନ୍‌ କରାଯାଇଥିଲା। ପ୍ରାୟ ୨୦ରୁ ୨୫ଜଣ ମାଓବାଦୀ ଗୁଳି ଚଲାଇଥିଲେ। ଏହାପରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ପ୍ରାୟ ୨୫ ମିନିଟ୍‌ ଧରି ଗୁଳିବିନିମୟ ଚାଲିଥିଲା।

ତେବେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ୨ଟି ବନ୍ଧୁକ, ୮ଟି ଜୀବନ୍ତ ଗୁଳି, ଡିଟୋନେଟର, ମାଓ ପୁସ୍ତିକା ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଖସି ଯାଇଥିବା ମାଓବାଦୀମାନେ KKBN ଡିଭିଜନର ହୋଇଥିବା ସନ୍ଦେହ କରାଯାଉଛି। ଏବେବି କୁମ୍ବିଂ ଅପରେସନ୍‌ ଚାଲିଥିବା କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.