Below header

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଲେ ୨୦୨୧ର ପ୍ରଥମ ୩/୪ ମାସ ମଧ୍ୟରେ ଲୋକଙ୍କୁ ଦିଆଯିବ ଟିକା

କେନ୍ୟୁଜ୍(ବ୍ୟୁରୋ): ମୋଦିଙ୍କ ମିଶନ୍‌ ଭ୍ୟାକ୍ସିନ୍‌ । ଟିକା ବିକାଶ ଓ ଉତ୍ପାଦନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ଦିନକ ପୂର୍ବରୁ ୩ଟି ସହର ବୁଲି ୩ଟି ଫାର୍ମା କମ୍ପାନୀ ପରିଦର୍ଶନ କରିଥିଲେ । ଆଜି ଆଉ ୩ କମ୍ପାନୀର ଭ୍ୟାକ୍ସିନ୍‌ ଟିମ୍‌ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରିଛନ୍ତି ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, ଆସନ୍ତାବର୍ଷର ପ୍ରଥମ ୩/୪ ମାସ ମଧ୍ୟରେ ଲୋକଙ୍କୁ ଟିକା ଦିଆଯିବ । ଜୁଲାଇ ଅଗଷ୍ଟ ସୁଦ୍ଧା ଦେଶର ୨୫ ରୁ ୩୦ କୋଟି ଲୋକଙ୍କୁ ଟିକାଦାନ ଲକ୍ଷ୍ୟ ରଖିଛନ୍ତି ସରକାର। ସେହି ଅନୁସାରେ ପ୍ରସ୍ତୁତି ଚାଲିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ କରୋନା ସ୍ଥିତିକୁ ନେଇ ଆସନ୍ତା ୪ ତାରିଖରେ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.