OCA ଆରମ୍ଭ କରିବାକୁ  ଯାଉଛି  ଓସିଏଲ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍, ୧୪ରୁ ହେବ ଆରମ୍ଭ

କଟକ(କେନ୍ୟୁଜ୍):  OCA ଆରମ୍ଭ କରିବାକୁ  ଯାଉଛି  ଓସିଏଲ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍। ଡିସେମ୍ବର ୧୪ରୁ ଏହା ଆରମ୍ଭ କରିବାକୁ OCA ବୈଠକରେ ନିଷ୍ପତ୍ତି ହୋଇଛି।TCM ସହଯୋଗରେ OCA ଏହା ଆୟୋଜନ କରିବାକୁ ଯାଉଛି  ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା।

ଏହି ଟୁର୍ଣ୍ଣାମେଣ୍ଟ ୬ଟି ଟିମ୍‌ର ୮୪ ଖେଳାଳିଙ୍କୁ ନେଇ ଖେଳାଯିବ।   OCL ଟି-ଟ୍ୱେଣ୍ଟି ଲାଗି ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ସେହିଦିନ ଠାରୁ ଅର୍ଥାତ ଡିସେମ୍ବର ୫ରୁ ୧୬୮ ଖେଳାଳିଙ୍କୁ ନେଇ ଆରମ୍ଭ ହେବ ଟ୍ରାଏଲ୍ ମ୍ୟାଚ୍। ଟ୍ରାଏଲ୍ ମ୍ୟାଚ୍ ପାଇଁ  ଭିଜନ ୨୦୨୪ ଓ ବିସିସିଆଇ ମ୍ୟାଚରୁ ବଛାଯିବେ ଖେଳାଳି। ଟ୍ରାଏଲ୍ ମ୍ୟାଚ୍‌ରୁ OCL ଟି-ଟ୍ୱେଣ୍ଟି ପାଇଁ ବଛାଯିବ ୮୪ ଜଣ ଖେଳାଳି। ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ ଗାଇଡ୍ ଲାଇନ୍‌ରେ ଏହି ଟୁର୍ଣ୍ଣାମେଣ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.