Below header

ନିରାଡ଼ମ୍ବରରେ ପାଳନ ହେଲା ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି(କେନ୍ୟୁଜ୍):  ପରମ୍ପରା ବଞ୍ଚିଲା ହେଲେ ପାଳନ କରାଗଲାନାହିଁ ଭଦ୍ରକ ଜିଲ୍ଲାର ପୁରାତନ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ । ମହାମାରି କରୋନା ପାଇଁ ସରକାରଙ୍କ ନିୟମକୁ ମାନି ଚଳିତବର୍ଷ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରାଗଲାନାହିଁ। କେବଳ ପରମ୍ପରାକୁ ବଂଚାଇବା ପାଇଁ ସାଧବ ପୁଅମାନେ କରୋନା ମହାମାରି ଠାରୁ ନିଜକୁ କିପରି ଦୂରେଇ ରଖିପାରିବେ ସେଥିପାଇଁ ଲୋକମାନଙ୍କୁ ସଚେତନା ମୂଳକ ଏକ କାର୍ଯ୍ୟକ୍ରମ କରିଥିଲେ । ପ୍ରତିବର୍ଷ ବେଶ୍ ଜାକଯମକରେ ଏହି ଉତ୍ସବନକୁ ପାଳନ କରନ୍ତିି ଧାମରା ଓ ଚାନ୍ଦବାଲିବାସୀ ।

chandbali 2

ଚଳିତବର୍ଷ ଧାମରାରୁ ୭ସାଧବପୁଅ ଏକ ସୁସଜ୍ଜିତ ନୈକାରେ ଧାମରାରୁ ବାହାରି ଦୀର୍ଘ ଅଢେଇ ଘଣ୍ଟା ଜଳଯାତ୍ରା କରି ଚାନ୍ଦବାଲିରେ ପହଁଚିଥାନ୍ତେ । ପରେ ଚାନ୍ଦବାଲିବାସୀଙ୍କ ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ସାଧବପୁଅଙ୍କୁ ସ୍ୱାଗତ କରାଯିବା ସହ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ.ହୋଇଥାଏ । ହେଲେ କୋଭିଡ କଟକଣା ପାଇଁ ସବୁକିଛି ଠପ୍ । କୋଭିଡ ନିୟମକୁ ମାନି ଆମ ପରମ୍ପରା ତରଫରୁ ସ୍ଥାନୀୟ ବିଜୁ ସୃତି ଭବନଠାରେ ଧାମରା-ଚାନ୍ଦବାଲି ନୌବାଣିଜ୍ୟର ଅତିତ , ବର୍ତମାନ ଓ ସମ୍ଭାବନା ବିଷୟରେ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ବ୍ୟକ୍ତିମାନେ ନିଜ ନିଜର ମତାମତ  ଦେଇଥିଲେ ନୈବାଣିଜ୍ୟକୁ ନେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.