Below header

ଉତ୍ତର ପ୍ରଦେଶ ଓ ବିହାରରେ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା ୯୮ ଟପିଲା, ସ୍କୁଲ ଛୁଟି ବି ବଢ଼ିଲା

ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତର ଭାରତରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ଓ ବିହାରରେ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା ୯୮ କୁ ପାର କରିିଛି ।

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତର ଭାରତରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ଓ ବିହାରରେ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା ୯୮ କୁ ପାର କରିିଛି । ସେମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ମୃତ୍ୟୁ ସଂଖ୍ୟା ୪୪ ହୋଇଛି ବୋଲି ଜଣାପଡିଛି ।

ଜୁନ ୧୫,୧୬ ଓ ୧୭ ତାରିଖରେ ପ୍ରାୟ ୫୪ ଜଣ ଲୋକ ଉତ୍ତର ପ୍ରଦେଶର ବିଭିନ୍ନ ହସପିଟାଲରେ ଅଂଶୁଘାତ ଯୋଗୁ ମୃତ୍ୟୁ ମୁଖରେ ପଡିଛନ୍ତି । ସେହିପରି ୪୦୦ ରୁ ଉର୍ଦ୍ଧ୍ୱ ଲୋକ ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲା ହସପିଟାଲରେ ଅଂଶୁଘାତ ଜନିତ ଚିକିତ୍ସା ହେଉଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ଏମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀ ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବା ମେଡିକାଲ ଅପିସରଙ୍କ ସୂତ୍ରରୁ ଜଣାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିହାରରେ ସ୍କୁଲ ଛୁଟିକୁ ଜୁନ ୨୪ ତାରିଖ ଯାଏ ବଢ଼ାଯାଇଛି । ପୂର୍ବରୁ ଜୁନ ୧୮ରେ ସ୍କୁଲ ଖୋଲିବାର ଥିଲା ।

ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟି ବଢ଼ାଇ ଦେଇଛନ୍ତି । ମୌସୁମୀ ଆସିବା ବିଳମ୍ବ କାରଣରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଏହି ସ୍ଥିତି ଆଉ କିଛି ଦିନ ଜାରି ରହିବ ବୋଲି ପାଣିପାଗ ସୂତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.