Below header

ପଞ୍ଚଭୂତରେ ଲୀନ ହୀରାବେନ, ଭାଇଙ୍କ ସହ ମିଶି ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍:ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନରେ ହୀରବେନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଭାଇଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ ମୋଦି। ଘରୁ ମା’ଙ୍କୁ କାନ୍ଧ ଦେଇଥିଲେ ମୋଦି ।

modi ji

Image credit: ANI

୧୦୦ ବର୍ଷ ବୟସରେ ହୀରାବେନଙ୍କ ପରଲୋକ ହୋଇଛି । ଆଜି ଭୋର ୩ଟା ୩୦ ମିନଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୁଇ ଦିନ ତଳେ ଅସୁସ୍ଥ ହେବାରୁ ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ହୀରାବେନଙ୍କୁ ଭର୍ତ୍ତି କରାଯାଇଥିଲା ।

ଗତ ଜୁନ ମାସରେ ୧୦୦ ବର୍ଷ ଜନ୍ମ ଦିନ ପାଳିଥିଲେ ହୀରାବେନ । ହୀରାବେନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମର୍ମୁ ଓ ପ୍ରମୁଖ ବ୍ୟକ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.