Below header

ଟ୍ୟୁସନ ସାର୍‌ କଳାକନା ବୁଲାଇଲେ ଘରେ, ଚୋରି କରି ନେଇଗଲେ ୩୦ ଲକ୍ଷ ଟଙ୍କା

ପାଠ ପଢ଼ାଇବାକୁ ଆସୁଥିବା ଜଣେ ଟ୍ୟୁସନ ସାର୍‌ କଳା କନା ବୁଲାଇଲେ ଘରେ । ସୁବିଧା ଦେଖି ଲୁଟିନେଲେ ୩୦ ଲକ୍ଷ ଟଙ୍କା । ଏମିତି ଏକ ଅଘଟଣ ଘଟିଛି ଉତ୍ତର ପ୍ରଦେଶ ବୁଲନ୍ଦସହରରେ । ଜଣେ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଫିସରଙ୍କ ଘରକୁ ପାଠ ପଢ଼ାଇବାକୁ ଆସୁଥିବା ବେଳେ ଘରୁ ଚୋରି କରିନେଇଥିଲା ୩୦ ଲକ୍ଷ ଟଙ୍କା । ପୋଲିସ ଉକ୍ତ ଯୁବକକୁ ଗିରଫ କରି ତା’ ଠାରୁ ୨୧ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତ ଏବେ ଜେଲ୍‌ ହାଜତରେ ଥିବା ଜଣାଯାଇଛି ।

ବୁଲନ୍ଦସହର : ପାଠ ପଢ଼ାଇବାକୁ ଆସୁଥିବା ଜଣେ ଟ୍ୟୁସନ ସାର୍‌ କଳା କନା ବୁଲାଇଲେ ଘରେ । ସୁବିଧା ଦେଖି ଲୁଟିନେଲେ ୩୦ ଲକ୍ଷ ଟଙ୍କା । ଏମିତି ଏକ ଅଘଟଣ ଘଟିଛି ଉତ୍ତର ପ୍ରଦେଶ ବୁଲନ୍ଦସହରରେ । ଜଣେ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଫିସରଙ୍କ ଘରକୁ ପାଠ ପଢ଼ାଇବାକୁ ଆସୁଥିବା ବେଳେ ଘରୁ ଚୋରି କରିନେଇଥିଲା ୩୦ ଲକ୍ଷ ଟଙ୍କା । ପୋଲିସ ଉକ୍ତ ଯୁବକକୁ ଗିରଫ କରି ତା’ ଠାରୁ ୨୧ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତ ଏବେ ଜେଲ୍‌ ହାଜତରେ ଥିବା ଜଣାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ବୁଲନ୍ଦସହରରେ ରହୁଥିବା ଖାଦ୍ୟ ସୁରକ୍ଷା ଅଫିସର ମନୋଜ କୁମାରଙ୍କ ଘରକୁ ପ୍ରଶାନ୍ତ ଚୌଧୁରୀ ନାମକ ଜଣେ ଟ୍ୟୁସନ ସାର୍‌ ପାଠ ପଢ଼ାଇବାକୁ ଆସୁଥିଲେ । ୨୦୧୭ ମସିହାରୁ ପ୍ରାୟ ୫ ବର୍ଷ ଧରି ମନୋଜ କୁମାରଙ୍କ ଟ୍ୟୁସନ କରୁଥିଲେ ପ୍ରଶାନ୍ତ । ଏହି ୫ ବର୍ଷ ଭିତରେ ଘର ସହ ସାର୍‌ ଙ୍କର ସମ୍ପର୍କ ମଧ୍ୟ ଭଲ ହୋଇଯାଇଥିଲା । ଘରର ଟଙ୍କା ପଇସା କେଉଁଠି ରହୁଥିଲା ସେ ସବୁ ଉପରେ ନଜର ରଖୁଥିଲେ ପ୍ରଶାନ୍ତ । ଏପରିକି ଘରର ଏକ ନକଲ ଚାବି ମଧ୍ୟ ଏହା ଭିତରେ କରିଦେଇଥିଲେ ପ୍ରଶାନ୍ତ ।

ଗତ ନଭେମ୍ବର ମାସ ୨୦୨୨ରେ ମନୋଜ କୁମାର ପରିବାରଙ୍କ ସହ ଛଟ୍‌ ପୂଜା କରିବା ପାଇଁ ଘରେ ତାଲା ପକାଇ ବାହାରକୁ ଯାଇଥିଲେ । ଏହାର ସୁବିଧା ନେଇ ପ୍ରଶାନ୍ତ ଘରର ଚାବି ଖୋଲି ତାଙ୍କର ଲକର ମଧ୍ୟରୁ ୩୦ ଲକ୍ଷ ଟଙ୍କା ଚୋରି କରିନେଇଥିଲେ । ଚୋରି ହେବା ପରେ ମନୋଜଙ୍କ ପତ୍ନୀ ଥାନରେ ଏତଲା ଦେଇ ପ୍ରଶାନ୍ତ ଉପରେ ତାଙ୍କର ସନ୍ଦେହ ଥିବା ନେଇ କହିଥିଲେ । ପୋଲିସ ଖୋଳତାଡ କରି ପ୍ରଶାନ୍ତକୁ ଗିରଫ କରିବା ସହ ତା’ ଠାରୁ ୨୧ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି । ପ୍ରଶାନ୍ତ ପୋଲିସ ନିକଟରେ ସବୁ ସତ ସ୍ୱୀକର କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.