Below header

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ତାଣ୍ଡବ,ବଢିବାରେ ଲାଗିଛି ମଦ ମୃତ୍ୟୁ ସଂଖ୍ୟା

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ତାଣ୍ଡବ । ଦୁଇ ରାଜ୍ୟରେ ବଢିବାରେ ଲାଗିଛି ମଦ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଶହେରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଅନେକ ଗୁରୁତର ଅବସ୍ଥାରେ ଏବେ ବି ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପ୍ରଦେଶର ସାହାରନପୁର, କୁଶୀ ନଗର ଓ ଉତ୍ତରାଖଣ୍ଡର ରୁରକୀରେ ବିଷାକ୍ତ ମଦ ମୃତ୍ୟୁ ଅଭିଯୋଗ ହୋଇଛି । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଉଭୟ ରାଜ୍ୟର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ପୋଲିସ ୧୭୫ ଜଣ ଓ ଉତ୍ତରାଖଣ୍ଡ ପୋଲିସ ୩ ଜଣ ଲୋକଙ୍କୁ ଗିରଫ କରିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଡିଜିପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.