କୁମ୍ଭମେଳାରେ ଆଜି ତୃତୀୟ ତଥା ଶେଷ ସାହି ସ୍ନାନ

କୁମ୍ଭମେଳାରେ ଆଜି ତୃତୀୟ ତଥା ଶେଷ ସାହି ସ୍ନାନ । ଲୋକାରଣ୍ୟ ହୋଇ ଉଠିଛି ଉତ୍ତରପ୍ରଦେଶର ପ୍ରୟାଗରାଜ । ତ୍ରିବେଣୀ ସଙ୍ଗମରେ ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇ ବୁଡ ପକାଇଛନ୍ତି । ସାହି ସ୍ନାନକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶ୍ୱାସ ରହିଛି, କୁମ୍ଭମେଳାର ସାହି ସ୍ନାନ କଲେ କୋଟି ଜନ୍ମର ପୁଣ୍ୟ ମିଳେ । ଚଳିତ ଥର ୬ଟି ବିଶେଷ ଦିନରେ ସାହି ସ୍ନାନ ଯୋଗ ରହିଛି । ଦୀର୍ଘ ୨୭ ବର୍ଷ ପରେ ଏହି ଅପୂର୍ବ ଯୋଗ ଆସିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.