ପଦ୍ମପୁର ଅଞ୍ଚଳରୁ ୪ କ୍ୱିଣ୍ଟାଲ ୭୦ କେଜିର ଗଞ୍ଜେଇ ଜବତ

ଗୁଣୁପୁର (କେନ୍ୟୁଜ୍) : ପଦ୍ମପୁର ଅଞ୍ଚଳରୁ ୪ କ୍ୱିଣ୍ଟାଲ ୭୦ କେଜିର ଗଞ୍ଜେଇ ଜବତ । ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏସବୁ ଗଞ୍ଜେଇ ଜବତ କରିଛି । ଏକ ପିକ୍ଅପ୍ ଭ୍ୟାନ୍ ଓ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଅଟକାଇ ପଚରାଉଚରା କରିବା ସମୟରେ ଗଞ୍ଜେଇ ଥିବା କଥା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.