Below header

ଯଦି ବେପାର କଥା ଚିନ୍ତା କରିଥାନ୍ତି ତ ଏଲନ ମସ୍କଙ୍କ ଠାରୁ ବଡ଼ ଧନୀ ହୋଇଥାନ୍ତି : ରାମଦେବ

ଯୋଗଗୁରୁ ବାବା ରାମଦେବ ନିକଟରେ ସାହିତ୍ୟ ଆଜତକ ମଞ୍ଚରେ ଯୋଗ ଦେଇ କହିଛନ୍ତି, ‘ଯଦି ଦେଶ କଥା ଚିନ୍ତା ନକରି ଖାଲି ବେପାର କଥା ଚିନ୍ତା କରିଥାନ୍ତି,ଆଜି ଏଲନ ମସ୍କଙ୍କ ଠାରୁ ମଧ୍ୟ ବଡ଼ ଧନୀ ହୋଇଥାନ୍ତି । ବାବା ରାମଦେବ କହିଥିଲେ ‘ଯେଉଁ ଜ୍ଞାନ ମୋତେ ବେଦ, ପୁରାଣ, ରାମାୟଣ, ମହାଭାରତ, ଭଗବତ୍‌ ଗୀତା ଓ ର୍ପୂବ ପୁରୁଷଙ୍କ ଠାରୁ ମିଳିଛି, ତାହା ଉପରେ ମୁଁ ଗବେଷଣା କରିଛି ଓ ତାକୁ ଦେଶବାସୀଙ୍କ କାମରେ ଲଗାଇଛି ।

ଲକ୍ଷ୍ନୌ : ଯୋଗଗୁରୁ ବାବା ରାମଦେବ ନିକଟରେ ସାହିତ୍ୟ ଆଜତକ ମଞ୍ଚରେ ଯୋଗ ଦେଇ କହିଛନ୍ତି, ‘ଯଦି ଦେଶ କଥା ଚିନ୍ତା ନକରି ଖାଲି ବେପାର କଥା ଚିନ୍ତା କରିଥାନ୍ତି,ଆଜି ଏଲନ ମସ୍କଙ୍କ ଠାରୁ ମଧ୍ୟ ବଡ଼ ଧନୀ ହୋଇଥାନ୍ତି । ବାବା ରାମଦେବ କହିଥିଲେ ‘ଯେଉଁ ଜ୍ଞାନ ମୋତେ ବେଦ, ପୁରାଣ, ରାମାୟଣ, ମହାଭାରତ, ଭଗବତ୍‌ ଗୀତା ଓ ର୍ପୂବ ପୁରୁଷଙ୍କ ଠାରୁ ମିଳିଛି, ତାହା ଉପରେ ମୁଁ ଗବେଷଣା କରିଛି ଓ ତାକୁ ଦେଶବାସୀଙ୍କ କାମରେ ଲଗାଇଛି । ଯଦି ଏହି ଜ୍ଞାନକୁ ମୁଁ ପେଟେଣ୍ଟ କରିଥାନ୍ତି କିମ୍ବା ଏଥିରେ ବେପାର କରିଥାନ୍ତି ତ ଏଲନ ମସ୍କଙ୍କ ଠାରୁ ମଧ୍ୟ ବଡ଼ ଧନୀ ହୋଇଥାନ୍ତି ।

ବାବା ତାଙ୍କର ପଛ କଥାକ ମନେ ପକାଇ କହିଥଲେ, ‘ଥରେ ମୁଁ କହିଥିଲି ବାବା ରାମଦେବଙ୍କ ଟାଇମ ଟାଟ, ବିର୍ଲା,ଅଦାନୀ,ଜୁକରବର୍ଗ, ଏଲନ ମସ୍କ, ଓ୍ଵାରେନ ବଫେଟ ଓ ବିଲ୍‌ ଗେଟ୍ସଙ୍କ ଠାରୁ ମହତ୍ୱପୂର୍ଣ୍ଣ ଅଟେ । ’ ସେମାନେ ନିଜ ପାଇଁ ବଂଚିଥାନ୍ତି, ହେଲେ ସନ୍ନ୍ୟାସୀ ସମସ୍ତଙ୍କ ପାଇଁ ବଂଚିଥାନ୍ତି । ତେଣୁ ତାଙ୍କର ଶକ୍ତି, ଜ୍ଞାନ ଓ ସମୟ ସମସ୍ତଙ୍କ କଲ୍ୟାଣ ପାଇଁ ହୋଇଥାଏ । ’

ବହୁ ଗମ୍ଭୀର ରୋଗକୁ ଆୟୁର୍ବେଦରେ ଆମେ ଭଲ କରିଛୁ । ଗୋଟିଏ ପଟରେ ମେଡିକାଲ ମାଫିଆ, ଅନ୍ୟ ପଟରେ ରାଜନୈତିକ ମାଫିଆ, ଧାର୍ମିକ ମାଫିଆ, ଇଣ୍ଟେଲିଜେନ୍ସ ମାଫିଆ ଓ ମାଫିଆ ଗିରି (ମୁଁ କେବେ ମିଡିଆ ମାଫିଆ କହିନାହିଁ) ଚାଲିଛି । ଯାହା ପୁରା ମେଡିକାଲ ସିଷ୍ଟମ କରି ପାରିନାହିଁ । ଆମେ ତାହା କରି ଦେଖାଇଛୁ ।

ଆମେ ଡାଇବେଟିସ ରୋଗୀ, ବିପି, ଥାଏରୟଡ, ଲିଭର ଓ କିଡନୀ ଟ୍ରାନ୍ସପ୍ଲାଣ୍ଟରୁ ମଧ୍ୟ ରୋଗୀଙ୍କୁ ରକ୍ଷା କରିଛୁ ବୋଲି ବାବା ରାମଦେବ କହିଥିଲେ । ପୁରା ବିଶ୍ୱ ଯୋଗ,ଆୟୁର୍ବେଦ ଓ ସନାତନ ଧର୍ମକୁ ଫଲୋ କରିବ । ଜୀବନ ଜିଇଁବା ପାଇଁ ଆଉ କୌଣସି ଅନ୍ୟ ତରିକା ନାହିଁ ବୋଲି ବାବା ରାମଦେବ କହିଥିଲେ ।

ଏବେ ସାହିତ୍ୟରେ ମଧ୍ୟ ଭୁଲ ତଥ୍ୟ ଦିଆଯାଇଛି । ଇତିହାସ ପୁଣି ଥରେ ଲେଖା ନହେଉ କିନ୍ତୁ ପୁର୍ନବ୍ୟାକ୍ଷ୍ୟା ହେବାର ଆବଶ୍ୟକ ରହିଛି । ଆମେ ୨୦୦ ବର୍ଷ ଧରି ପଢ଼ି ଆସୁଛୁ ଭାରତ ୧୦୦୦ ବର୍ଷ ଧରି ଗୋଲାମ ରହିଥିଲା । ଭାରତ ଗୋଲାମ ନୁହେଁ ସଂଘର୍ଷରତ ଥିଲା । ଆମେ କେବେ ମୋଗଲ କିମ୍ବା ଇଂରେଜଙ୍କ ପରାଧିନତା ସ୍ୱୀକାର କରିନାହୁଁ ବୋଲି ବାବା ରାମଦେବ ସାହିତ୍ୟ ଆଜତକରେ ଯୋଗ ଦେଇ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.