ICJରେ କୁଲଭୂଷଣ ଯାଦବ ମାମଲା , ଆଜିଠାରୁ ଆରମ୍ଭ ହେବ ଶୁଣାଣି

କେନ୍ୟୁଜ୍ : ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍, ICJରେ ଆଜିଠାରୁ ଆରମ୍ଭ ହେବ କୁଲଭୂଷଣ ଯାଦବ ମାମଲାର ଶୁଣାଣି। ହଗ୍ରେ ଥିବା ଜାତିସଂଘର ଏହି ଟପ୍ କୋର୍ଟରେ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ। ଗୁଇନ୍ଦାଗିରୀ ଓ ଆତଙ୍କବାଦ କାର୍ୟ୍ୟକଳାପ ଅଭିଯୋଗରେ କୁଲଭୂଷଣ ଯାଦବଙ୍କୁ ୨୦୧୭ ଏପ୍ରିଲରେ ପାକିସ୍ତାନ ସାମରିକ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଥିଲା। ଏହା ବିରୋଧରେ ଭାରତ ICJରେ ଅପିଲ କରିଥିଲା। ୨୦୧୭ ମେ ମାସରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ମାମଲାର ବିଚାର ନ ସରିବା ଯାଏ କୁଳଭୂଷଣକୁ ଫାଶୀ ଦିଆଯାଇ ପାରିବ ନାହିଁ। ଆଜିଠାରୁ ୨୧ ତାରିଖ ଯାଏ ମାମଲାର ଶୁଣାଣି ହେବ। ଆଜି ଭାରତ ପ୍ରଥମେ ନିଜ ପକ୍ଷ ରଖିପାରେ। ଭାରତ ତରଫରୁ ଯୁକ୍ତି ଉପସ୍ଥାପନ କରିବେ ହରିଶ ସାଲ୍ଭେ। ଫେବ୍ରୁଆରୀ ୧୯ରେ ପାକିସ୍ତାନ ଓ ପୁଣି ଫେବ୍ରୁଆରୀ ୨୦ରେ ଭାରତ ନିଜର ଯୁକ୍ତି ରଖିବ। ଫେବ୍ରୁଆରୀ ୨୧ରେ ପାକିସ୍ତାନ ନିଜର ଶେଷ ତଥ୍ୟ ରଖିବ। ପାକିସ୍ତାନର ଅଭିଯୋଗ ମୁତାବକ, ଇରାନରୁ ବେଆଇନ ଭାବେ ପାକିସ୍ତାନ ପ୍ରବେଶ କରୁଥିବା ସମୟରେ ମାର୍ଚ୍ଚ ୨୦୧୬ କୁଳଭୂଷଣ ଯାଦବଙ୍କୁ ଗିରଫ କରିଥିଲା।