Below header

ପ୍ରଧାନମନ୍ତ୍ରୀଙ୍କୁ ଭୁଲ ମାଗିଲେ କଂଗ୍ରେସ ଲୋକସଭା ସାଂସଦ ଅଧୀର ଚୌଧୁରୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଛନ୍ତି । ଭାଜପାର ସାଂସଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ସହ ତୁଳନା କରୁଥିବା ସମୟରେ ଏହାକୁ ତାଚ୍ଛଲ୍ୟ କରି ସାଂସଦ ଅଧୀର ରଞ୍ଜନ ତାଙ୍କୁ ‘ନାଳି’ ବା ଡ୍ରେନ୍‌ ଆଖ୍ୟା ଦେଇଥିଲେ । ଏ ନେଇ ବିରୋଧ ପ୍ରକାଶ ପରେ ଚୌଧୁରୀ କହିଛନ୍ତି ମୁଁ ‘ନାଳି’ କହିନାହିଁ । ହିନ୍ଦୀ ଭଲ ଭାବରେ ଜାଣିନଥିବାରୁ କେନାଲ ବଦଳରେ ‘ନାଳି’ କହି ଦେଇଥିଲି । ଯଦି ଏଥିପାଇଁ ପ୍ରଧାନମନ୍ତ୍ରୀ ଦୁଃଖିତ ତେବେ ମୁଁ ତାଙ୍କୁ କ୍ଷମା ମାଗୁଛି’’ ।

ସାଂସଦ ଚୌଧୁରୀଙ୍କ କହିବା ମୁତାବକ, ଯେତେବେଳେ ଭାଜପା ସାଂସଦ ସ୍ୱାମୀ ବିବେକାନନ୍ଦଙ୍କୁ ଅପମାନିତ କରି ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିଥିଲେ ଏବଂ ବିବେକାନନ୍ଦଙ୍କ ନାମ ନରେନ୍ଦ୍ରନାଥ ଦତ୍ତକୁ ବାରମ୍ବାର ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରୁଥିଲେ । ତାହା ତାଙ୍କୁ ଆଘାତ ଦେଇଥିଲା । ଏହାକୁ ବିରୋଧ କରି କହିଥିଲେ ‘‘ଆପଣ ଗଙ୍ଗାକୁ ନାଳି ସହ ତୁଳନା କରୁଛନ୍ତି’’ । ଏହି ମନ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବାର ଉଦ୍ଦେଶ୍ୟ ନଥିଲା ବୋଲି ଅଧୀର ରଞ୍ଜନ କହିଛନ୍ତି । ଏହା ସହିତ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରୁଥିବାରୁ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.