ଦର୍ଶକଙ୍କୁ ପସନ୍ଦ ଆସୁଛି ସାହିଦଙ୍କ ଆକ୍ଟିଂ, ବକ୍ସ ଅଫିସରେ ୩ ଦିନରେ ୭୦ କୋଟି ପାର କଲା ‘କବୀର ସିଂହ’

ରିଲିଜ ହୋଇଯାଇଛି ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କବୀର ସିଂ’। ସାହିଦ କପୁର ଏବଂ କିୟାରା ଆଡବାଣୀ ଅଭିନୀତ ଏହି ଫିଲ୍ମଟି ଜୋରଦାର ରୋଜଗାର କରୁଛି। ପ୍ରଥମ ଦିନରୁ ହିଁ ଫିଲ୍ମ ୨୦.୨୧ କୋଟି ଟଙ୍କାର ଟାର୍ଗେଟ ସହିତ ଜବରଦସ୍ତ ଓପନିପଂ କରିଥିଲା ଏବଂ ଏହାସହିତ ୱିକଣ୍ଡେରେ ମଧ୍ୟ ଫିଲ୍ମର କଲେକସନ ଗ୍ରାଫ୍ ଭଲ ଚାଲୁଛି। କୁହାଯାଉଛି ଯେ ଫିଲ୍ମର ରୋଜଗାର ଏମିତି ଜାରୀ ରହିଲେ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ।

ଗତ ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ସୋମବାର ସୁଦ୍ଧା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ୩ ଦିନ ମଧ୍ୟରେ ୭୦.୮୩ କୋଟି ଟଙ୍କାର ବ୍ୟବସାୟ କରିଛି ଫିଲ୍ମ ‘କବୀର ସିଂ’। ଶନିବାର ଦିନ ୨୨.୭୧ କୋଟି ଏବଂ ରବିବାର ଦିନ ୨୭.୯୧ ବ୍ୟବସାୟ କରିଛି। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଫିଲ୍ମ ‘କବୀର ସିଂ’ରେ ବଲିଉଡ ଚକଲେଟ୍ ଷ୍ଟାର ସାହିଦ କପୁର ଜବରଦସ୍ତ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ପରେ ସହୀଦଙ୍କୁ ଚାରିଆଡ଼ୁ ପ୍ରସଂଶାର ଶୁଅ ଛୁଟିଛି। ଅନ୍ୟପକ୍ଷରେ ଅଭିନେତ୍ରୀ କିଆର ଆଡଭାଣୀ ଦମ୍ଦାର ଅଭିନୟ ଫିଲ୍ମକୁ ସୁପରହିଟ୍ କରିଛି। ବିଶେଷ କରି ଯୁବବର୍ଗଙ୍କୁ ‘କବୀର ସିଂ’ ଫିଲ୍ମକୁ ବହୁତ ପସନ୍ଦ ଆସଛି।

ସାହିଦ କପୁରଙ୍କ କବୀର ସିଂହ ଫିଲ୍ମ ପଦ୍ମାବତର ଓପନିଂ ବ୍ୟବସାୟ ୧୯ କୋଟି ଏବଂ ଚଳିତ ବର୍ଷରେ ରିଲିଜ୍ ହୋଇଥିବା ଗଲି ବୟର ବ୍ୟବସାୟ ୧୯.୪୦ କୋଟି ଏବଂ ଟୋଟାଲ ଧମାଲର ବ୍ୟବସାୟ ୧୬.୫୦ କୋଟିକୁ ବି ପଛରେ ପକାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.