Below header

ଭାରତୀୟ ମହିଳା ରଗବୀ ଟିମର ୫କିସ୍ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ସିଙ୍ଗାପୁର ବିପକ୍ଷ ମ୍ୟାଚରେ ବିଜୟ ପରେ ଭାରତୀୟ ମହିଳା ରଗ୍ବୀ ଟିମ୍ରେ ସାମିଲ ୫ ଜଣ କିସ୍ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ରବଗୀ ପାଇଁ କିସ୍ର ଅବଦାନ ଅଧିକ ଥିବା ସେ କହିଛନ୍ତି ।

ଫିଲିପାଇନ୍ସରେ ସ୍ୱର୍ଣ୍ଣିମ ଅଧ୍ୟାୟ ପରେ କିସ୍ କ୍ୟାମ୍ପସରେ ରଗବୀ ଖେଳାଳି । ବିଜୟୀ ଟିମରେ ସାମିଲ ୫ ଜଣ କିସ୍ ଛାତ୍ରୀଙ୍କୁ ଦିଆଯାଇଛି ବିପୁଳ ସମ୍ବର୍ଦ୍ଧନା । କିସ୍ ଛାତ୍ରୀ ହୁପି ମାଝୀ, ରଜନୀ ଶବର, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ ଓ ସୁମିତ୍ରା ନାୟକଙ୍କୁ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି । କହିଛନ୍ତି ଏଳଳି ସଫଳତା ଦେଶ ଓ ରାଜ୍ୟ ପାଇଁ ଗୌରବର ବିଷୟ । ରବଗୀ ପାଇଁ କିସ୍ର ଅବଦାନ ଅଧିକ ରହିଛି । ଆଗକୁ ପୁରୁଷ ଓ ମହିଳା ଟିମ ଆହୁରୀ ଭଲ ପ୍ରଦର୍ଶନ କରିବ ବୋଲି ଡ.ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ କୋଚଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଶନିବାର ମାନିଲାରେ ଇତିହାସ ରଚିଥିଲା ଭାରତୀୟ ମହିଳା ରଗବୀ ଦଳ । ଏସୀୟ ରଗ୍ବୀ ମହିଳା ଚାମ୍ପିଅନ୍ସ ଡିଭିଜନ-୧ରେ ସିଙ୍ଗାପୁରକୁ ୧୯-୨୧ରେ ହରାଇ ଭାରତ ଜିତିଥିଲା ବ୍ରୋଞ୍ଜ। ଭାରତୀୟ ଟିମରେ ଓଡ଼ିଶାରୁ ୭ ଜଣ ଥିଲେ। ସେଥିରୁ ୫ ଜଣ ଥିଲେ କିସ୍ର ଛାତ୍ରୀ । ଆଗକୁ ଆହୁରି ସଫଳତା ହାସଲ କରିବା ଲକ୍ଷ୍ୟରେ ବିଜେତା ଟିମର ଖେଳାଳୀ । ଗତକାଲି ରାତିରେ ଓଡ଼ିଶାରେ ପହଞ୍ଚିଥିଲେ ରଗବୀ ମହିଳା ଟିମ୍ । ବିମାନ ବନ୍ଦରରେ ପହଞ୍ଚବା ପରେ ଖଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.