Below header

ଏୟାରଟେଲ୍ ୟୁଜର୍ସ ଏବେ ଫ୍ରିରେ ସେଟ୍ କରିପାରିବେ ନିଜର ମନପସନ୍ଦର କଲର ଟ୍ୟୁନ୍

ଏୟାରଟେଲର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ ସବସ୍କ୍ରାଇବର୍ସ ଏବେ ଅନଲିମିଟେଡ୍ ‘ହେଲୋ ଟ୍ୟୁନ୍’ ସେଟ୍ କରିପାରିବେ। ଏହି ସୁବିଧା ସମ୍ପୂର୍ଣ୍ଣ ଭାବରେ ମାଗଣା ଅଟେ। ୟୁଜର ଏହି ଅନଲିମିଟେଡ୍ ‘ହେଲୋ ଟ୍ୟୁନ୍’କୁ ୱିଙ୍କ୍ ମ୍ୟୁଜିକ୍ ଆପ୍ ଜରୀଆରେ ଆଡ୍ କରିପାରିବେ। କମ୍ପାନୀ ଜଣାଇଛି ଯେ ଏହି ଆପରେ ମ୍ୟୁଜିକ୍ ଲାଇବ୍ରେରୀରେ ୪ କୋଟି ଗୀତ ଉପଲବ୍ଧ ଅଛି।

ଏଥିପାଇଁ ୟୁଜରଙ୍କୁ କୌଣସି ପ୍ରକାର ମାସିକିଆ ସବସ୍କ୍ରିପସନ ଫିସ୍ ଦେବାକୁ ପଡିବ ନାହିଁ। ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରିପେଡ୍ ଏବଂ ପୋଷ୍ଟପେଡ ୟୁଜର୍ସଙ୍କୁ ୧୨୯ ଟଙ୍କା କିମ୍ବା ଏହାଠାରୁ ଅଧିକ ପ୍ଲାନର ରିଚାର୍ଜ କରିବା ଜରୁରୀ ଅଟେ।

ଧ୍ୟାନ ରଖନ୍ତୁ ଯେପରି ଏଥିପାଇଁ ୟୁଜର୍ସଙ୍କୁ ପ୍ରତି ୩୦ ଦିନ ଭିତରେ ୱିଙ୍କ୍ ମ୍ୟୁଜିକ ଆପରେ ହେଲୋ ଟ୍ୟୁନକୁ କନଫର୍ମ କରିବାକୁ ହେବ। ଏମିତି କରିବା ସେମାନଙ୍କ ପାଇଁ ଜରୁରୀ ଅଟେ ଯେଉଁମାନେ ଏହାକୁ ଆଗକୁ ଜାରୀ ରଖିବାକୁ ଚାହୁଁଥିବେ। ଆପଣ ଯେତେ ଥର ଚାହିଁବେ ହେଲୋ ଟ୍ୟୁନକୁ ବଦଳାଇପାରିବେ। ଏୟାରଟେଲ ବ୍ୟତୀତ ରିଲାଏନ୍ସ ଜିଓରେ ମଧ୍ୟ ଏହି ସୁବିଧା ଉପଲବ୍ଧ ଅଛି, ଯେଉଁଥିରେ ୟୁଜର୍ସ ଜିଓ ସାୱନ ଆପ୍ ଜରୀଆରେ ଅନଲିମିଟେଡ୍ ଜିଓ ଟ୍ୟୁନ୍ ସେଟ୍ କରିପାରିବେ।

ଜାଣନ୍ତୁ ଏୟାରଟେଲ ହେଲୋ ଟ୍ୟୁନ୍ ସେଟ୍ କରିବାର ଉପାୟ

-ସର୍ବପ୍ରଥମେ ୱିଙ୍କ୍ ମ୍ୟୁଜିକ୍ ଆପକୁ ଡାଉନଲୋଡ୍ କରନ୍ତୁ। ଏହି ଆପ୍ ଏବଂ ଆଣ୍ଡ୍ରଏଡ୍ ଉଭୟଙ୍କ ପାଇଁ ଉପଲବ୍ଧ ରହିଛି।

-ଆପକୁ ଡାଉନଲୋଡ୍ କରିବା ପରେ ଏହାକୁ ଓପନ କରିବା ପାଇଁ ହେଲୋ ଟ୍ୟୁନ୍ ଆଇକନ ଉପରେ କ୍ଲିକ କରିବାକୁ ହେବ।

-ଏହାପରେ ଏୟାରଟେଲ ୟୁଜର୍ସ ସହଜରେ ନିଜର ପସନ୍ଦୀତା ଗୀତକୁ ସର୍ଚ୍ଚ କରି ସିଲେକ୍ଟ କରିପାରିବେ।

ଯେଉଁ ଲୋକ ୱିଙ୍କ୍ ଆପକୁ ଜାଣି ନାହାନ୍ତି, ସେମାନଙ୍କୁ ଜଣାଇବବାକୁ ଚାହିଁବୁ ଯେ ଏହି ଆପ୍ ଜରୀଆରେ ହିନ୍ଦୀ, ଇଂରାଜୀ, ପଞ୍ଜାବୀ, ତାମିଲ, ମରାଠୀ, ଗୁଜରାଟୀ, ଭୋଜପୁରୀ ଏବଂ ରାଜସ୍ଥାନୀ ସମେତ ୧୫ଟି ଭାଷାରେ ଗୀତକୁ ଶୁଣିବା ପାଇଁ ସୁବିଧା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.