Below header

ଶୋଇବା ପୂର୍ବରୁ ପଢ଼ିଲେ ନମାଜ, ସକାଳୁ ଉଠି କଲେ ଜଳଖିଆ…ଜେଲ୍‌ରେ ଏମିତି କଟିଲା ଇମ୍ରାନଙ୍କ ପ୍ରଥମ ରାତି

ଜେଲ୍‌ରେ ଶନିବାର ପ୍ରଥମ ରାତି କଟାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ସଡ଼କ ପଥ ଦେଇ ଜେଲ୍‌ ନିଆଯାଇଥିଲା। ତାଙ୍କ ପାଇଁ ଜେଲ୍‌ରେ ଏକ ଭିଭିଆଇପି ସେଲ୍‌ ପ୍ରସ୍ତୁତ କରାଯାଇଛି।

ଜେଲ୍‌ରେ ଶନିବାର ପ୍ରଥମ ରାତି କଟାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ସଡ଼କ ପଥ ଦେଇ ଜେଲ୍‌ ନିଆଯାଇଥିଲା। ତାଙ୍କ ପାଇଁ ଜେଲ୍‌ରେ ଏକ ଭିଭିଆଇପି ସେଲ୍‌ ପ୍ରସ୍ତୁତ କରାଯାଇଛି। ଜେଲ୍‌ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସେଲ୍‌ରେ କୌଣସି ଏସି ସୁବିଧା ନାହିଁ। ଏଠି କେବଳ ଗୋଟିଏ ପଙ୍ଖା, ବିଛଣା ଏବଂ ଶୌଚାଳୟ ରହିଛି।

ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ଇମ୍ରାନ ଖାନ ଜେଲ୍‌ରେ ସାଧାରଣ କଏଦୀଙ୍କ ଭଳି ନିଜର ପ୍ରଥମ ରାତି କାଟିଥିଲେ। ସେ ଜେଲ୍‌ ପ୍ରଶାସନଙ୍କୁ କୌଣସି ବି ପ୍ରକାରର କିଛି ଅଭିଯୋଗ କରି ନ ଥିଲେ। ଜେଲ୍‌ରେ ଇମ୍ରାନ ବହୁତ ସ୍ୱାଭାବିକ ଥିଲେ। ତାଙ୍କ ମନରେ କୌଣସି ଚିନ୍ତାଭାବ ନ ଥିଲା।

ଜଣେ ଅଧିକାରୀଙ୍କ ଅନୁସାରେ, ଇମ୍ରାନ ଖାନ ଶୋଇବା ପୂର୍ବରୁ ଏବଂ ଉଠିବା ପରେ ନମାଜ ପଢ଼ିଥିଲେ। ଏହାପରେ ଜଳଖିଆରେ ଚା’ ସହିତ ବ୍ରେଡ୍‌ ଏବଂ ସିଝା ଅଣ୍ଡା ଖାଇଥିଲେ। ଜେଲ୍‌ରେ ତାଙ୍କୁ ତଉଲିଆ, ଶୁଦ୍ଧ ଜଳ, ଗ୍ଲାସ୍‌, ତାବିଜ, ଘଣ୍ଟା, ଚୌକି ଏବଂ ଶୋଇବା ପାଇଁ ବିଛଣା ଉପଲବ୍ଧ କରାଯାଇଛି।

ସୂଚନାଥାଉ କି, ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ ମୁଖ୍ୟ ଇମ୍ରାନ ଖାନ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଶନିବାର ଗିରଫ କରାଯାଇଥିଲା। କୋର୍ଟ ତାଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଦଣ୍ଡାଦେଶ ପରେ ଇମ୍ରାନଙ୍କୁ ପଞ୍ଜାବ ପ୍ରଦେଶର ସୀମା ଅଞ୍ଚଳରେ ଥିବା ଅଟକ ଜେଲ୍‌ ପଠାଇ ଦିଆଯାଇଛି।

କହି ରଖୁଛୁ, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.