Below header

ଇଣ୍ଡୋନେସିଆରେ ଫେସ ମାସ୍କ ନ ପିନ୍ଧିଲେ ମିଳୁଛି ୧ ମିନିଟ କଫିନରେ ଶୋଇବାର ଦଣ୍ଡ, କରୋନାକୁ ରୋକିବା ପାଇଁ ଅଜବ ପଦକ୍ଷେପ

କଫିନ ସାଧାରଣତଃ ମୃତ ଲୋକଙ୍କ ପାଇଁ ହୋଇଥାଏ। କିନ୍ତୁ ଜାକର୍ତାରେ ଏହାକୁ ଜୀବିତ ଲୋକଙ୍କ ପାଇଁ ବ୍ୟବହାର କରାଯାଉଛି। ଏଠାରେ ଫେସ ମାସ୍କ ନ ପିନ୍ଧିଲେ ଲୋକଙ୍କୁ କଫିନରେ ଶୁଆଇ ଦିଆଯାଉଛି। ତେବେ ଫେସ ମାସ୍କ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ସମ୍ଭାବ୍ୟ ବିପଦ ଅନୁଭବ କରେଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

kj

ଇଣ୍ଡୋନେସିଆରେ କଫିନରେ ରହିବାର ଦଣ୍ଡକୁ ଆଗାମୀ କିଛି ଦିନ ଯାଏ ଲାଗୁ କରାଯିବ। ସରକାରଙ୍କ କହିବା ହେଲା, ସୁରକ୍ଷା ଉପାୟ ପ୍ରତି ସଚେତନତା ସୃଷ୍ଟି ପାଇଁ ଏଭଳି ନିୟମ କରାଯାଇଛି। ଏହାଛଡା ସେମାନଙ୍କୁ ଆର୍ଥିକ ଦଣ୍ଡ, ସାମାଜିକ ସେବା କରିବାର ବିକଳ୍ପ ମଧ୍ୟ ଦିଆଯାଇଛି। ସାମାଜିକ ସେବାରେ ସେମାନଙ୍କୁ ୧ ଘଣ୍ଟା କାମ କରିବାକୁ ପଡ଼ିବ। ପୂର୍ବ ଜାକର୍ତାର ପସର ରେବୋରେ ବିନା ମାସ୍କରେ କିଛି ଲୋକଙ୍କୁ ଧରାଯାଇଥିଲା। ତା’ପରେ ସେମାନଙ୍କୁ ୧ ମିନିଟ କଫିନରେ ରହିବାକୁ କୁହାଯାଇଥିଲା। ତେବେ ଏଭଳି ନିୟମ ଦୁନିଆରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.