ଆସୁଛି ଆଉ ଏକ ଲଘୁଚାପ , ୧୩ରୁ ପ୍ରବଳ ବର୍ଷିବ

କେନ୍ୟୁଜ(ବ୍ୟୁରୋ) :ଆସୁଛି ଆଉ ଏକ ଲଘୁଚାପ ।ସେପ୍ଟେମ୍ବର ୧୩ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ IMD ପକ୍ଷରୁ ସୁଚନା ମିଳିଛି । ତେବେ ଆଗକୁ ଆସୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ସର୍ତ୍ତକ ସୂଚନା ଦେବା ସହ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଗତ ସପ୍ତାହରେ ଏହିଭଳି ଏକ ବଡ ଲଘୁଚାପ ଓଡିଶାକୁ ଛୁଇଁଥିଲା ଯାହା ଫଳରେ ରାଜ୍ୟର କେତେକ ସ୍ଥାନରେ ୨ରୁ ୩ ଦିନ ଧରି ବର୍ଷା ଲାଗି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.