Below header

ବୋର୍‌ େଓ୍ଵଲ୍‌ ଘଟଣା : ନିବାଡ଼ିରେ ଶିଶୁ ପ୍ରହଲ୍ଲାଦଙ୍କ ଅନ୍ତିମ ବିଦାୟରେ ଏକାଠି ହେଲେ ପୂରା ଗାଁ, ମୁଖ୍ୟମନ୍ତ୍ରୀ କଲେ ୫ ଲକ୍ଷ ସହାୟତା ରାଶି ଘୋଷଣା

ଭୋପାଳ :  ମଧ୍ୟପ୍ରଦେଶ ନିବାଡି ଜିଲ୍ଲା ପୃଥିପୁଟ ଥାନା ଅଧୀନ ଜେଟ୍‌ପୁଟା ଗାଁରେ ଜଣେ ୪ ବର୍ଷିର୍ୟ ଶିଶୁ ଏକ ଗଭୀର ଗାତରେ ପଡ଼ି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଦୀର୍ଘ ୯୦ ଘଣ୍ଟା ଗାତରେ ରହିବା ପରେ ଅକ୍ଲାନ୍ତ ପରିଶ୍ରମ କରି ଶିଶୁଟିକୁ ରେସ୍‌କ୍ୟୁ ଟିମ୍‌ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନ୍‌ ପୀଡିତ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ପ୍ରହଲ୍ଲାଦଙ୍କ ଅନ୍ତିମ ସଂସ୍କାରରେ ପୁରା ଗାଁ ଯୋଗ ଦେଇ ତାକୁ ଅନ୍ତିମ ବିଦାୟ ଦେଇଛନ୍ତି ।

 

ପ୍ରହଲ୍ଲାଦ ଗାତରେ ପଡିବା ପରେ ସାରା ମଧ୍ୟପ୍ରଦେଶ ତାଙ୍କର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରୁଥିଲେ । ପ୍ରଶାସନ ଠାରୁ ଆରମ୍ଭ କରି ରେସକ୍ୟୁ ଟିମ୍‌ର ବହୁ ଚେଷ୍ଟା ସତ୍ତ୍ୱେ ଦୀର୍ଘ ୯୦ ଘଣ୍ଟା ପରେ ପ୍ରହଲ୍ଲାଦଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ମୃତ ପ୍ରହଲ୍ଲାଦଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କ ଆଖିରେ ଲୁହ ଭରିଯାଇଥିଲା । ଦୀର୍ଘ ୯୦ ଘଣ୍ଟା କାଳ ଗାତ ଭିତରେ ଜୀବନ ସହ ସଂଗ୍ରାମ କରୁଥିବା ଶିଶୁର ମୃତ୍ୟୁରେ ସାରା ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.