ହାଇଦ୍ରାବାଦକୁ ହରାଇଲା ଦିଲ୍ଲୀ, ମୁମ୍ବାଇକୁ ଭେଟିବ ଆଇପିଏଲ ଫାଇନାଲରେ

ଆବୁଧାବି : ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲସ ଆଇପିଏଲ ୨୦୨୦ ଫାଇନାଲରେ ପହଁଚିଛି । ବୁଧବାର ଫାଇନାଲରେ ଦିଲ୍ଲୀ ଦଳ ମୁମ୍ବାଇ ଇଂଡିଆନ୍ସକୁ ଭେଟିବା । ମାର୍କସ ଷ୍ଟୋଇନିସ୍‌ଙ୍କ ଅଲରାଉଣ୍ଡ ସଫଳତା ଦିଲ୍ଲୀକୁ ଜିତାଇଛି । ଆଜି ଦ୍ଵିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦକୁ ଦିଲ୍ଲୀ ଦେଇଥିଲା ୧୯୦ ରନର ଲକ୍ଷ୍ୟ । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୮ ଉଇକେଟ ହରାଇ ୧୭୨ ରନ କରିଥିଲା । ଦଳ ତରଫରୁ କେନ ଉଇଲିଅମସନ ୪୫ ବଲରେ ୬୭ (୫ ଚୌକା, ୪ ଛକା), ଅବଦୁଲ ସମଦ ୩୩ ରନ କରିଥିଲେ । ଷ୍ଟୋଇନିସ୍ ୩ ଓ ରଵଡ଼ା ୪ଟି ଉଇକେଟ ଦଖଲ କରିଛନ୍ତି ।

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଫାଇନାଲ୍‌କୁ ଯିବା ପାଇଁ ପୂରା ଯେମିତି ମାନସିକ ଭାବେ ପ୍ରସ୍ତୁତ ଥିଲା ଦିଲ୍ଲୀ । ତେଣୁ ଆରମ୍ଭରୁ ଦୁଇ ଓପ୍ନର ମାର୍କସ ଷ୍ଟୋଇନିସ୍ ଓ ଶିଖର ଧବନ ଜୋରଦାର ଆକ୍ରମଣ କରି ଚାଲିଥିଲେ । ଏମାନଙ୍କ ଯୋଡ଼ି ୮୬ ରନ୍ ସଂଗ୍ରହ କରିବା ପରେ ଷ୍ଟୋଇନିସ୍ ୨୭ ବଲ୍‌ରେ ୩୮ ରନ୍ (୫ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ । ଧବନ ୫୦ ବଲରେ ୭୮ ରନ କରି ୧୯ତମ ଓଭରରେ ଆଉଟ ହୋଇଥିଲେ । ସେ ୬ଟି ଚୌକା ଓ ଦିଟି ଛକା ମାରିଥିଲେ । ଶ୍ରେୟଶ ଆୟର ୨୦ ବଲରେ ୨୧ ଏବଂ ହେଟମେୟର ୨୨ ବଲରେ ଅପରାଜିତ ୪୨ ରନ (୪ ଚୌକା , ୧ ଛକା) କରିଥିଲେ । ଫଳରେ ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.