Below header

ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ଼ ଘର ବାହୁଡ଼ା ଅଭିଯାନ ‘ବନ୍ଦେ ଭାରତ ମିଶନ’,୧୨ ଦେଶରୁ ୧୫ ହଜାର ଭାରତୀୟଙ୍କୁ କରାଯିବ ଏୟାର ଲିଫ୍ଟ

କେନ୍ୟୁଜ୍(ବ୍ୟୁରୋ): ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ଼ ଘର ବାହୁଡ଼ା ଅଭିଯାନ । ଭାରତ ଆରମ୍ଭ କଲା ‘ବନ୍ଦେ ଭାରତ ମିଶନ’ । କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନା । ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ୭ ତାରିଖରୁ ୭ ଦିନ ପର୍ଯ୍ୟନ୍ତ ୧୨ ଦେଶରୁ ୧୫ ହଜାର ଭାରତୀୟଙ୍କୁ ଏୟାର ଲିଫ୍ଟ କରାଯିବ । ଏଥିପାଇଁ ୬୪ଟି ସ୍ୱତନ୍ତ୍ର ବିମାନକୁ ନିୟୋଜିତ କରାଯାଇଛି ।

bande

ପ୍ରଥମ ଦିନ ବିଭିନ୍ନ ଦେଶରୁ ୨୩୦୦ ଭାରତୀୟଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିଭଳି ବାହାର ଦେଶରେ ଫସିଥିବା ବହୁ ଓଡ଼ିଆଙ୍କୁ ମଧ୍ୟ ଏହି ମିଶନରେ ଅଣାଯିବ । ଓଡ଼ିଶା ପାଇଁ ରାହୁଲ ଶ୍ରୀବାସ୍ତବଙ୍କୁ ଦିଆଯାଇଛି ସଂଯୋଜକ ଦାୟିତ୍ୱ । ରାହୁଲ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ସହ ରାଉରକେଲା ଏନଆଇଟିରେ ପାଠ ପଢ଼ିଥିଲେ । ସେ ହେଉଛନ୍ତି ୧୯୯୯ ବ୍ୟାଚର ଆଇଏଫଏସ ଅଫିସର । ଅନ୍ୟପଟେ ମାଳଦୀପରୁ ୧ ହଜାର ଭାରତୀୟଙ୍କୁ ସମୁଦ୍ର ସେତୁ ଯୋଜନାରେ ସମୁଦ୍ର ରାସ୍ତାରେ ଅଣାଯିବ । ଏହା ପୂର୍ବରୁ ଦେଶରେ ଫସିଥିବା ଶ୍ରମିକଙ୍କ ଘର ବାହୁଡା ପାଇଁ ଅପରେସନ ଶୁଭଯାତ୍ରା ଆରମ୍ଭ ହୋଇଥିଲା । ଟ୍ରେନ୍‌ ବା ବସ ଯୋଗେ ଏବେ ହଜାର ହଜାର ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଁଚି ପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.